#District #Social

ଆସନ୍ତା ସୋମବାର ଦିନ ଘଣ୍ଟିଖାଲ ଫାଣ୍ଡି ମୁଖ୍ୟ ରାସ୍ତା କଡରେ ଉଦଘାଟିତ ହେଉଥିବାରୁ 4 ଗୋଟି ପଂଚାୟତର ଜନସାଧାରଣ ଏହାର ବିଶେଷ ସୁବିଧା ପାଇପାରିବେ

ସଫଳତା ସହଜେ ମିଳେନାହିଁ,ସଫଳତା ପାଇବାକୁ ହେଲେ ନିଷ୍ଠା,ଧର୍ଯ୍ୟ ଆଉ ସାହସ ଥିବା ଆବଶ୍ୟକ,ଯୋଉ ସାହସ ଓ ଧର୍ଯ୍ୟକୁ ନେଇ ଗତ 2006 ମସିହାରେ ଆଠଗଡ ଆରତୀ ଷ୍ଟିଲ ପ୍ଲାଣ୍ଟ ଭିତରେ ଥିବା ଘଣ୍ଟିଖାଲ ଫାଣ୍ଡିକୁ ପ୍ଲାଣ୍ଟ ଭିତରୁ ଉଠାଇବାକୁ ହାଇକୋର୍ଟ ରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲି,ପ୍ଲାଣ୍ଟ ଭିତରୁ ଫାଣ୍ଡି ଉଠାଇବା ପାଇଁ 6 ବର୍ଷ ଲାଗିଯାଇଛି ଓ ବହୁ ବିଳମ୍ବ ହେଲେ ମଧ୍ୟ ବିଲମ୍ବର ଫଳ ମିଠା ବୋଲି ଜାଣିଛି,ମାନ୍ୟବର ହାଇକୋର୍ଟ ବିଳମ୍ବରେ ହେଲେ ମଧ୍ୟ ଜନସାଧାରଣଙ୍କୁ ନ୍ୟାୟ ଦେଇପାରିଥିବାରୁ ବ୍ୟକ୍ତିଗତ ଭାବେ ମୁଁ ଖୁସି ଅନୁଭବ କରୁଛି,ଆସନ୍ତା ସୋମବାର ଦିନ ଘଣ୍ଟିଖାଲ ଫାଣ୍ଡି ମୁଖ୍ୟ ରାସ୍ତା କଡରେ ଉଦଘାଟିତ ହେଉଥିବାରୁ 4 ଗୋଟି ପଂଚାୟତର ଜନସାଧାରଣ ଏହାର ବିଶେଷ ସୁବିଧା ପାଇପାରିବେ,ବିଶେଷ କରି ଖୁଣ୍ଟୁଣି ଥାନା ଠାରୁ ଘଣ୍ଟିଖାଲ ରାସ୍ତାରେ ଅପରାଧ ମଧ୍ୟ କମିଯିବ,ଘଣ୍ଟିଖାଲ ଫାଣ୍ଡି ଉଦଘାଟିତ ହେବାକୁ ଯାଉଥିବାରୁ ଖୁଣ୍ଟୁଣି ଥାନା ଅଧିକାରୀ ଙ୍କୁ ମଧ୍ୟ ସାଧୁବାଦ ଜଣାଉଛି,

Leave a comment

Your email address will not be published. Required fields are marked *