#District #Education & Job #Social #State

ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପ୍ରଥମେ ସହିଦ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ସମ୍ପାଦକ ଲଲାଟେନ୍ଦୁ ସେନାପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ,ଆଠଗଡ ସାହିତ୍ୟ ସମାଜ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ପାଳନ କରିବାକୁ ଯାଉଛି ବୋଲି ସମ୍ପାଦକ ପ୍ରକାଶ କରିଥିଲେ,ସଭାରେ ବିଜ୍ଞାନ କବି ଚନ୍ଦ୍ରଶେଖର ମହାନ୍ତି,ବ୍ୟଙ୍ଗକବି ଚନ୍ଦ୍ରଶେଖର, ସାମ୍ୟବାଦୀ କବି ଧ୍ରୁବ ରଣା ସଂମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଓ ସମାଲୋଚକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ ଥିଲେ,ମୁଖ୍ୟଅତିଥି ଭାବେ ପ୍ରଫେସର ଡ଼ଃ ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ସାହିତ୍ୟ ସାଧନା ଦ୍ଵାରାହିଁ ସମ୍ଭବ ହୋଇପାରିବ,ବିନା ସାଧନା ରେ କେହି ସାହିତ୍ୟ ସୃଷ୍ଟି କରିପାରି ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ,ସାହିତ୍ୟ ସମାଜର ସଭ୍ୟ ତଥା ପୂର୍ବତନ ଅବସରପ୍ରାପ୍ତ ସାମରିକ କର୍ମଚାରୀ ସାରଂଗଧର ଜେନା ବଂଶୀ ବାଦନ କରିଥିଲେ,ଶେଷରେ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *