ଯୁବକଙ୍କୁ ମାଡ଼ମାରିବା ଘଟଣା : କଙ୍କଡ଼ାହାଡ଼ ଥାନା ଅଧିକାରୀ ନିଲମ୍ବିତ

ଢେଙ୍କାନାଳ/କଙ୍କଡ଼ାହାଡ଼ : ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ସେତେବେଳର କଙ୍କଡ଼ାହାଡ଼ ଥାନା ଅଧିକାରୀ ପ୍ରମୋଦ ଲେଙ୍କାଙ୍କୁ ଆଜି ପୁଲିସ ମହାନିର୍ଦ୍ଦେଶକ ଅଭୟ ନିଲମ୍ବିତ କରିଛନ୍ତି। ପ୍ରକାଶ ଯେ, ଗତ ଡିସେମ୍ବର ୧୩ ତାରିଖରେ କଙ୍କଡ଼ାହାଡ଼ ଥାନା ଶଶାପଶି ଗାଁର ବିପିନ ସିଂହ ଓ ତାଙ୍କ ସ୍ତ୍ରୀ ବନିତା ସିଂହଙ୍କ ମଧ୍ୟରେ ଘରୋଇ ବିବାଦରୁ ମାଡପିଟ୍ ହୋଇଥିଲା। ସେ ସମୟରେ ଜଣେ ପଡ଼ୋଶୀ ମହିଳା ବବିତା କବି ଉଭୟଙ୍କୁ ଛଡାଇବାକୁ ଯାଇଥିବାବେଳେ ତାଙ୍କୁ ବିପିନ ମାଡ଼ ମାରିଥିଲେ। […]

ଧଳା ଉଡ଼ାଜାହାଜ ପଛର କାହାଣୀ

ବିଶ୍ବର ନାମକରା ଏୟାରଲାଇନ୍ସର ବିମାନଗୁଡ଼ିକ ଧଳା ରଙ୍ଗ ହୋଇଥିବାର ଦେଖାଯାଏ। କାଁଭାଁ କ୍ବଚିତ୍ ଉଡ଼ାଜାହାଜର ଅନ୍ୟ ରଙ୍ଗ ହୋଇଥାଏ। ତେବେ ଅଧିକାଂଶ ଧଳା ରଙ୍ଗ ହେବା ପଛର ଯଥାର୍ଥ କାରଣ ରହିଛି। ଆକାଶ ଯାତ୍ରା ସମୟରେ ଧଳା ରଙ୍ଗ ବେଶ୍ ଦୂରରୁ ସୁସ୍ପଷ୍ଟ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଏହା ସହ ଧଳା ରଙ୍ଗରେ ଯାନରେ କୌଣସି ଭଙ୍ଗାଭଙ୍ଗି ବା ଦାଗ ହେଲେ, ତାହା ସ୍ପଷ୍ଟ ଭାବେ ଦେଖାଯାଏ। ତେଣୁ ଯଥାଶୀଘ୍ର ବିମାନର ମରାମତି ମଧ୍ୟ କରାଯାଏ। […]

‘ଭାସମାନ ଡାକଘର’

ଭୂ-ସ୍ବର୍ଗ ଭାବେ ଜଣାଯାଉଥିବା ଶ୍ରୀନଗରରେ ପର୍ଯ୍ୟଟକଙ୍କ ସଂଖ୍ୟା ସେଭଳି ବୃଦ୍ଧି ନ ପାଇବାର ମୁଖ୍ୟ କାରଣ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଭୟ। ଏକ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଆମେରିକା ଓ ଇଉରୋପରୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀନଗର ଯିବାରେ ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ସେଠାକାର ପାରିପାର୍ଶ୍ବିକ ପରିସ୍ଥିତି ଠିକ୍ ରହୁନଥିବାରୁ ପର୍ଯ୍ୟଟକ ଆଗେଇପାରନ୍ତିନାହିଁ। କେତେଜଣ ପର୍ଯ୍ୟଟକ ଅବଶ୍ୟ ଚ୍ୟାଲେଞ୍ଜ୍‌ ଭାବେ ଜୀବନକୁ ଗ୍ରହଣ କରି ସେଠାକୁ ଯାତ୍ରା କରନ୍ତି। ଶ୍ରୀନଗର ଯାଇଥିବା ପର୍ଯ୍ୟଟକଙ୍କ […]

ଭୁବନେଶ୍ୱରରୁ ବାରାଣସୀକୁ ଉଡିଲା ବିମାନ

ଆରସିଏସ-ଉଡ଼ାନ ଯୋଜନାରେ ୨୫୦ତମ ବିମାନ ସେବା ସାମିଲ ଭୁବନେଶ୍ୱର: ଭାରତରେ ଆଞ୍ଚଳିକ ବିମାନ ଯୋଗାଯୋଗ କ୍ଷେତ୍ରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ହୋଇଛି। ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ବିମାନ ସେବା କମ୍ପାନୀ ଆଲାଏନ୍ସ ଏୟାର ଭାରତ ସରକାରଙ୍କ ଆରସିଏସ-ଉଡ଼ାନ ଯୋଜନା ଅନ୍ତର୍ଗତ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ କରିଛି। ଆଜି ଦିନ ୧୧ଟା ୫୦ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଫ୍ଲାଇଟ 9I 747 ବିମାନରେ ୪୦ ଜଣ […]

ତୀବ୍ର ହେଉଛି ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ : ଲୋକସେବା ଭବନ ଅଭିମୁଖେ ଆଖୁଚାଷୀଙ୍କ ପଦଯାତ୍ରା ଆଜିଠାରୁ

ନୟାଗଡ଼: ନୟାଗଡ଼ ବ୍ଲକ ପାଣିପଇଲାଠାରେ ଥିବା ଚିନି କାରଖାନାକୁ ପୁନକାର୍ଯ୍ୟକ୍ଷମ କରିବା ଦାବିରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଖୁଚାଷୀମାନଙ୍କୁ ନେଇ ଆସନ୍ତା ୩୦ ତାରିଖରେ ନୟାଗଡ଼ ବ୍ଲକ ବାଲୁଗାଁ ଠାରୁ ଭୁବନେଶ୍ୱରକୁ ପଦଯାତ୍ରା କରାଯିବ। ଏହି ପଦଯାତ୍ରା ଅଭିଯାତ୍ରା ଦଳ ୩ତାରିଖରେ ଭୁବନେଶ୍ୱରର ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର,ସନ୍ତୋଷ କୁମାର ପ୍ରଧାନ,ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ଆଖୁଚାଷ ପାଇଁ ବିଖ୍ୟାତ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୩୧ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ଷଷ୍ଠୀ ଦିବା ଘ ୦୪/୧୦ ପର୍ଯ୍ୟନ୍ତ ସପ୍ତମୀ ନକ୍ଷତ୍ର-ରେବତୀ ରାତ୍ରି ଘ୦୬/୫୭ ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ଚନ୍ଦ୍ର-ମୀନ ରାତ୍ରି ଘ୦୬/୫୭ ପର୍ଯ୍ୟନ୍ତ ତଦନ୍ତେ ମେଷ ଯୋଗ-ସିଦ୍ଧି କରଣ-ତୈତିଳ ସୂର୍ଯ୍ୟ -ମକର ୧୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୦୮ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୩୩ ଯୋଗିନୀ ପଶ୍ଚିମେ ଦିବା ଘ୦୪/୦୨ ଗତେ ବାୟବ୍ୟେ ଧନୁ ରାଶିର […]

ନଦୀ ପଠାରୁ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା

ଭଦ୍ରକ ( ):  ନିଖୋଜ ହେବାର ୫ ଦିନ ପରେ ଯୁବତୀଙ୍କ ମୃତଦେହ ବୈତରଣୀ ନଦୀପଠାରୁ ମିଳିଛି। ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଭଦ୍ରକ ଗ୍ରାମାଞ୍ଚଳ ଓ ଭଣ୍ଡାରିପୋଖରୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଗରପଡା ଥାନା ଅନ୍ତର୍ଗତ ବିଶଲକଣା ଗାଁର ସନାତନ ଭୂୟାଁଙ୍କ ଝିଅ ଆଶାଲତା କେନ୍ଦୁଆପଦା ସ୍ଥିତ ବନ୍ଧନ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଗତ ଶନିବାରଠାରୁ ସେ ନିଖୋଜ ଥିଲେ। ପରିବାର ଲୋକ ବହୁ […]

ଭାଙ୍ଗିଲା ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟ ବୋର୍ଡ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ପୁରୁଣା ଟ୍ରଷ୍ଟ ବୋର୍ଡ ଭାଙ୍ଗିଛି। ପୁରୁଣା ଟ୍ରଷ୍ଟ ବୋର୍ଡକୁ ଭାଙ୍ଗି ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡକୁ ଦେବୋତ୍ତର କମିସନ ଗଠନ କରିଥିବା ଜଣାପଡ଼ିଛି। ନୂତନ ଟ୍ରଷ୍ଟ ବୋର୍ଡରେ ଖୋର୍ଦ୍ଧା ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ। ଏଥିରେ ୩ ନିଯୋଗର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ତେବେ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାଳ ୧ ବର୍ଷ ରହିବ। ପୁରୁଣା ଟ୍ରଷ୍ଟ ବୋର୍ଡର କିଛି ସଭ୍ୟଙ୍କ ବିରୋଧରେ ଅଭିଯୋଗ ଥିବାରୁ ଏହାକୁ ଭଙ୍ଗାଯାଇଛି। […]

🌹🌷💐🌹🌷💐🌹🌷💐ଆଜିର ରାଶିଫଳ🌹🌷💐🌹🌷💐🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୩୦ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -ଶୁକ୍ଳପକ୍ଷ ତିଥି – ପଞ୍ଚମୀ ଦିବା ଘ ୦୧/୨୦ ପର୍ଯ୍ୟନ୍ତ ଷଷ୍ଠୀ ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୦୩/୫୪ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର-ମୀନ ଯୋଗ-ସିଦ୍ଧି କରଣ-ବାଳବ ସୂର୍ଯ୍ୟ -ମକର ୧୬ ଦିନ ଅଦ୍ୟ ଶ୍ରୀପଞ୍ଚମୀ ସୁର୍ୟୋଦୟ -ପ୍ରାତଃ ଘ୦୬/୨୬/୨୦ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୦୩ ଯୋଗିନୀ ଦକ୍ଷିଣେ ଦିବା ଘ୦୧/୨୦ ଗତେ ପଶ୍ଚିମେ ଧନୁ ରାଶିର ଘାତଚନ୍ଦ୍ର ତୁଳା ଓକୁମ୍ଭ […]

ଭାରତୀୟ ଆୟୁର୍ବେଦ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

ଚେନ୍ନାଇ: ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌କୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ପାଇଁ ଔଷଧ ଆବିଷ୍କାର କରିଥିବା ତାମିଲନାଡ଼ୁର ଜଣେ ଆୟୁର୍ବେଦ ଡାକ୍ତର ଦାବି କରିଛନ୍ତି। ଚେନ୍ନାଇର ରଥନା ସିଦ୍ଧ ହସ୍ପିଟାଲରେ ବିଗତ ୨୫ ବର୍ଷ ଧରି ଜଣେ ଆୟୁର୍ବେଦ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଥାନିକାସାଲାମ ଭେନି ଏହି ଦାବି କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ଡାକ୍ତର ଭେନି କହିଛନ୍ତି […]