#Tradition & Religion

ପାଲିଙ୍କି ଯାତ୍ରା ।

ଦିନକୁ ଦିନ ସିରିଡ଼ି ସାଇ ଙ୍କ ଭକ୍ତ ସମାଜ ପ୍ରସାରିତ ହେବା ସହିତ ପୂଜା ଅର୍ଚ୍ଚନା କରି ଭକ୍ତ ମାନସିକ ପୂରଣ କରୁଛନ୍ତି । କେବଳ ଏତିକି ନୁହେଁ ସମୟ ସମୟରେ ସାଇଙ୍କ ପରମ୍ପରାକୁ ନେଇ ଉତ୍ସବ କରାଯାଉଛି । ସେହିଭଳି ଏକ ଉତ୍ସବ ଆଜି ଦେଖିବାକୁ ମିଳିଥିଲା ଢେଙ୍କାନାଳରେ । ଏଠାରେ ସାଇ ସମାଜ ତରଫରୁ ଏକ ଦିବସୀୟ ସାଇ ସଚରିତ ପରାୟନ୍ ଅନୁଷ୍ଠିତ ହୋଇ ଯାଇଛି । ଏହା ସହିତ ଭକ୍ତ ମାନେ ପାଲିଙ୍କି ଶୋଭାଯାତ୍ରା କରି ସାଇ ଙ୍କ ଗୁଣ କୀର୍ତ୍ତନ କରି ସହର ପରିକ୍ରମା କରିଥିଲେ । ସ୍ଥାନୀୟ ମିନା ବଜାର ଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଅଭିନନ୍ଦନ ଗାର୍ଡେନ ପର୍ଯ୍ୟନ୍ତ ଯାଇ ସେଠାରେ ପାଲିଙ୍କି ଯାତ୍ରା ଶେଷ ହୋଇଥିଲା । ଏହି ଶୋଭାଯାତ୍ରା ସମୟରେ ସହ ସହ ସାଇ ଭକ୍ତ ଯୋଗଦେଇ ଶାଇଙ୍କ ନାମ ଉଚ୍ଚାରଣ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।

Leave a comment

Your email address will not be published. Required fields are marked *