☀☀☀ଆଜିର ରାଶିଫଳ☀☀☀

ଅଦ୍ୟ ଫେବୃୟାରୀ ୨୯ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ପଞ୍ଚମୀ ଦିବା ଘ୦୯/୨୫ ପର୍ଯ୍ୟନ୍ତ ଷଷ୍ଠୀ ନକ୍ଷତ୍ର-ଦ୍ବିଜା ଚନ୍ଦ୍ର- ମେଷ ଯୋଗ-ବ୍ରହ୍ମ କରଣ-ବାଳବ ସୂର୍ଯ୍ୟ -କୁମ୍ଭ ୧୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୦/୨୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୪୦ ଯୋଗିନୀ ଦକ୍ଷିଣେ ଦିବା ଘ୦୯/୨୫ ଗତେ ପଶ୍ଚିମେ ମେଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର … ଅଦ୍ୟ ମାର୍ଚ୍ଚ ୦୧ ତାରିଖ ୨୦୨୦ମସିହା(ରବିବାର) […]

ଗାଁ ସ୍କୁଲରୁ କାଲିଫର୍ଣ୍ଣିଆ ଯାତ୍ରା, ‘ୟାହୁ.ଇନ’ ର ନିର୍ଦ୍ଦେଶକ ହେଲେ ଭାରତୀୟ ଯୁବକ

ଗୋରଖପୁର: ଭାରତୀୟ ଯୁବକଙ୍କୁ ମିଳିଲା ବଡ଼ ଦାୟିତ୍ୱ | ବିଶ୍ୱର ଏକ ପ୍ରମୁଖ ସଫ୍ଟୱେୟାର କମ୍ପାନୀ ୟାହୁ ଡଟ ଇନର ନିର୍ଦ୍ଦେଶକ ଭାବେ ଉତ୍ତରପ୍ରଦେଶ ଗୋରଖପୁରର ଯୁବକ ମୋହିତ ଗୋୟଙ୍କାଙ୍କୁ ଦାୟିତ୍ୱ ମିଳିଛି | ଗୋରଖପୁରର ସାହେବଗଂଜରେ ମୋହିତଙ୍କ ଘର ଥିବାବେଳେ ତାଙ୍କ ବାପା କିସାନ କୋୟଙ୍କ ଜଣେ କପଡା ବ୍ୟବସାୟୀ ବୋଲି ଜଣାପଡିଛି | ୟାହୁ ଡଟ ଇନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ସାରା ଉତ୍ତରପ୍ରଦେଶରେ ଖୁସିର ମାହୋଲ ଖେଳିଯାଇଥିବାବେଳେ ଆମେରିକାର କାଲିଫର୍ଣ୍ଣିଆରେ […]

ମାଟ୍ରିକ୍ ପରୀକ୍ଷା: ପଞ୍ଚମ ଦିନରେ ୨୩୧ ମାଲ୍‌ପ୍ରାକ୍ଟିସ୍, ଗଣିତ ପ୍ରଶ୍ନପତ୍ର ତ୍ରୁଟି ସଂକ୍ରାନ୍ତରେ ଆଲୋଚନା ହେବ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ର ଶୁକ୍ରବାର ପଞ୍ଚମ ଦିନର ପରୀକ୍ଷା ରାଜ୍ୟର ସମସ୍ତ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭା‌ବେ ଶେଷ ‌ହୋଇଛି। ରାଜ୍ୟର କୌଣସି କେନ୍ଦ୍ରରେ ପ୍ରଶ୍ନପତ୍ର ଭାଇରାଲ୍‌ ବା କପିକୁ କେନ୍ଦ୍ର କରି ବଡ଼ ଧରଣର ବିଶୃଙ୍ଖଳା ହୋଇ ନ ଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ସାଧାରଣ ବିଜ୍ଞାନ ବିଷୟ ରହିଥିବା ବ‌େଳେ ମାଧ୍ୟମା […]

୧୨ଘଣ୍ଟିଆ ବାଙ୍କୀ ବନ୍ଦ

ବାଙ୍କୀ (ବ୍ୟୁରୋ): ବାଙ୍କୀ ଖଜୁରିପଦା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ  ବାଙ୍କୀ ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦଳ ଦାବି କରିଛି। ଆଜି ସକାଳେ ବାଙ୍କୀର ବିଭିନ୍ନ ସ୍ଥାନରେ ଟାୟାର ଜାଳି କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଛନ୍ତି। ଫଳରେ ବାଙ୍କୀ-କଟକ-ବୈଦେଶ୍ୱର-କଳାପଥର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସୁରକ୍ଷା […]

‘ମରିଗଲା ପରେ ଶବ କାନ୍ଧେଇ ରାମ ନାମ ସତ୍ୟ ହେ କହି ସହର ସାରା ବୁଲାଇଲେ,ବାହୁନି କାନ୍ଦିଲେ ମହିଳା ।

ପ୍ରଶାସନ ମରିଗଲା ଆମେ ଏବେ କଣ କରିବୁ, କୁଆଡେ ଯିବୁ, କିଏ ଆମକୁ ରକ୍ଷା ଦେବ ? ସୋନପୁର( ): ‘ପ୍ରଶାସନ ମରିଗଲା ସରକାର। ଆମେ କ’ଣ କରିବୁ। କିଏ ଆମ ଧାନ କିଣିବ। ଚାଷୀମାନେ କଲବଲ ହୋଇ ମରିଯିବେ।” ଏକ  ଶବ ନିକଟରେ ବସି ଦୁଇ ମହିଳା ଏପରି କହି ବାହୁନି ବାହୁନି କାନ୍ଦୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ। ମଣ୍ଡି ସମସ୍ୟା ସମ୍ପର୍କରେ ଚାଷୀମାନେ ବାରମ୍ବାର ଅଭିଯୋଗ କରିବା […]

⚛⚛⚛ ଆଜିର ରାଶିଫଳ⚛⚛⚛

🌷💐🌹 ଅଦ୍ୟ ଫେବୃୟାରୀ ୨୯ ତାରିଖ ୨୦୨୦ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -ଶୁକ୍ଳପକ୍ଷ ତିଥି -ପଞ୍ଚମୀ ଦିବା ଘ୦୯/୨୫ ପର୍ଯ୍ୟନ୍ତ ଷଷ୍ଠୀ ନକ୍ଷତ୍ର-ଦ୍ବିଜା ଚନ୍ଦ୍ର- ମେଷ ଯୋଗ-ବ୍ରହ୍ମ କରଣ-ବାଳବ ସୂର୍ଯ୍ୟ -କୁମ୍ଭ ୧୭ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୦/୨୬ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୪୦ ଯୋଗିନୀ ଦକ୍ଷିଣେ ଦିବା ଘ୦୯/୨୫ ଗତେ ପଶ୍ଚିମେ ମେଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଷଷ୍ଠୀର ଏକୋଦିଷ୍ଠ ଓ ପାର୍ବଣ […]

ମାଟ୍ରିକ୍‌ ନୋଡାଲ ସେଣ୍ଟରରେ ଅଗ୍ନିକାଣ୍ଡ: ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ୍‌ରୁମ ପାର୍ଶ୍ୱ କିରାଣି କକ୍ଷରେ ଲାଗିଲା ନିଆଁ

ସଜନାଗଡ଼,୨୮।୨(ବ୍ୟୁରୋ.): ବାଲେଶ୍ୱର ଜିଲା ନୀଳଗିରି ବଜାରସ୍ଥିତ କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଟ୍ରିକ ପରୀକ୍ଷା ଲାଗି ଉକ୍ତ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ୧୧ଟି କେନ୍ଦ୍ର ଯଥା ନୀଳଗିରି ବ୍ଲକର ୯ ଏବଂ ଓପଦା ବ୍ଲକର ୨ଟି କେନ୍ଦ୍ରର ପ୍ରଶ୍ନପତ୍ର ଗଚ୍ଛିତ ଥିଲା। ତେବେ ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ୍‌ରୁମ ପାର୍ଶ୍ୱ କିରାଣି କକ୍ଷରେ ନିଆଁ ଲାଗିଥିଲା। କମ୍ପ୍ୟୁଟର, ପ୍ରିଣ୍ଟର ଆଦି ବିଭିନ୍ନ ସାମଗ୍ରୀରେ ନିଆଁ ଲାଗିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ […]

ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ: ରାଜକନିକା ଗୋଷ୍ଠୀ ସ୍ବ‌ାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସାଲାଇନ ଦେଉଛନ୍ତି ଝାଡ଼ୁଦାର

କେନ୍ଦ୍ରାପଡ଼ା: ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ। ଡାକ୍ତରଖାନାରେ ଝାଡ଼ୁଦାର ଦେଉଛନ୍ତି ସାଲାଇନ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜକନିକା ଗୋଷ୍ଠୀ ସ୍ବ‌ାସ୍ଥ୍ୟ କେନ୍ଦ୍ରରେ। ରାଜ୍ୟ ସରକାର ରୋଗୀଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଡାକ୍ତର ଓ ନର୍ସ ମୋଟା ଅଙ୍କର ଦରମା ନେଇ ନିଜ କାମରେ ଅବହେଳା କରୁଛନ୍ତି। ଫଳରେ ରୋଗୀଙ୍କ ଚିକିତ୍ସା ସଙ୍କଟ ଭିତରକୁ ଚାଲିଯାଉଛି।କେନ୍ଦ୍ରାପଡ଼ାର ରାଜକନିକା ଗୋଷ୍ଠୀ ସ୍ବ‌ାସ୍ଥ୍ୟ କେନ୍ଦ୍ରର ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ […]

ଆଠଗଡ ଯୁବ କଂଗ୍ରେସ ତରଫରୁ ଅମିତ ଶାହାଙ୍କ ଗସ୍ତକୁ ବିରୋଧ କରି କୁଶ ପୁତ୍ତଳିକା ଦାହ ।

ଆଠଗଡ : ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଜି ଓଡିଶା ଗସ୍ତ ରେ ଆସୁଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ ରେ ଅମିତ ଶାହା ଙ୍କ କୁଶପୁତଳିକା ଦାହ ନିର୍ଦେଶ କରାଯିବାର କାର୍ଯ୍ୟକ୍ରମ ରହିଥିଲା ! ଆଜି ଆଠଗଡ ବିଧାନସଭା ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ଆଠଗଡ ପୁରୁଣା ବସଷ୍ଟାଣ୍ଡ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ଅମିତ ସାହା […]

ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଆବିଷ୍କାର ହେଲା ନୂଆ ପୃଥିବୀ ଭଳି ଗ୍ରହ

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଏକ ମହାକାଶ ଅନୁସନ୍ଧାନକାରୀ ଦଳ ନୂଆ ଗ୍ରହକୁ ଠାବ କରିଛନ୍ତି | ଏହି ଗ୍ରହରେ ପୃଥିବୀ ଭଳି ଲୋକ କେବଳ ରହିପାରିବେ ନାହିଁ ବରଂ ଏହାର ଆକାର ପୃଥିବୀ ତୁଳନାରେ ଦୁଇଗୁଣ ବୋଲି ଜଣାପଡିଛି | କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ ଏହି ନୂଆ ଗ୍ରହର ଆକାର ଓ ପରିବେଶ ବାବଦରେ ଅନୁମାନ ଲଗାଇଛନ୍ତି | ଏହି ଗ୍ରହର ନାମ କେ-୨-୧୮ବି ଦିଆଯାଇଥିବାବେଳେ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ଏହି ଗ୍ରହରେ […]