ଏଜି ଛକ ଭେଣ୍ଡିଂ ଜୋନରେ ଜଳିଗଲା ଦୋକାନ

admin | April 1, 2020 | 33 views |0 | Exclusive

ଭୁବନେଶ୍ୱର (ଉ ଲା ପ୍ର): ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍‌ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

 ଆଜି ରାତି ପ୍ରାୟ ୯ଟା ହେବ। ଏହି ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱ ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ୪ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି। ମାତ୍ର ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଜି ଛକ ମୁଣ୍ଡରେ ଥିବା ଗ୍ୟାରେଜ ପଛ ପାର୍ଶ୍ୱରେ ଦୁଇ ଜଣ ଲୋକ ସିଗାରେଟ୍‌ ଟାଣୁଥିଲେ। ସେଥିରୁ ନିଆଁ ଯାଇ ଗ୍ୟାରେଜରେ ଥିବା ଡିଜେଲ୍‌ ଲାଗିଥିବା ଅନୁମାନ କରାଯାଉଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ।

Share this
  •  
  •  
  •  
  •  
  •  
  •  
  •  

Related Posts

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 125 views | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା…

Leave a Reply

Your email address will not be published. Required fields are marked *

Archives

Categories