#Exclusive

ସମସ୍ତଙ୍କୁ ପଛରେ ପକାଇଲା ତାମିଲନାଡୁ, ମୋଟ ସଂକ୍ରମିତ ସଂଖ୍ୟା ୪୧୧, ଗୋଟିଏ ଦିନରେ ୧୦୨ ଜଣଙ୍କ ରିପୋର୍ଟ ପଜିଟିଭ୍

ଚେନ୍ନାଇ : ଭାରତରେ କରୋନା ଭାଇରସ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ଓ କେରଳ ଗତ କିଛି ଦିନ ଧରି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ଦିଲ୍ଲୀର ତବଲିଗି ଜମାତ ଘଟଣା ସାମନାକୁ ଆସିବା ପରେ ହଠାତ୍ ତାମିଲନାଡୁ ଓ ଦିଲ୍ଲୀ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି ।

ତାମିଲନାଡ଼ୁରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୧ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୨ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । ସେହିପରି ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି । ଏହା ଫଳରେ ଦିଲ୍ଲୀ ଦେଶରେ ୨ୟ ସ୍ଥାନକୁ ଖସିଆସିଛି ।
ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ କେ.ବିଜୟଭାସ୍କର କହିଛନ୍ତି ଯେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୧କୁ ବୃଦ୍ଦି ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଆଉ ୧୫୮୦ ଜଣ ସଂକ୍ରମିତ ଓ ସଂଦିU ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ସେମାନଙ୍କ ରକ୍ତନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ଆଜି ଜଣାପଡ଼ିଥିବା ୧୦୨ଟି ନୂଆ ମାମଲା ମଧ୍ୟରୁ ୧୦୦ ଜଣ ତାବଲିଗି ଜମାତରୁ ଫେରିଥିବା ଜଣାଯାଇଛି । ଏହି ସମ୍ମିଳନୀରେ ଯୋଗଦେଇଥିବା ପ୍ରାୟ ୧୨୦୦ ଲୋକ ତାମିଲନାଡୁକୁ ଫେରିଛନ୍ତି । ଏହି ସମସ୍ତଙ୍କୁ ଏକାନ୍ତବାସରେ ରଖାଯାଇଛି ।

Leave a comment

Your email address will not be published. Required fields are marked *