#Exclusive

ବାବା ବାଞ୍ଚେଶ୍ବର ବିଜେ ସ୍ଥଳୀ ଠାରେ ହିଙ୍ଗୁଳାଙ୍କ ବିଶ୍ବଶାନ୍ତି ମହାଯଜ୍ଞ

ଆଠଗଡ,(ଉଲାପ୍ର)କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ପଞ୍ଚାୟତ ବାବା ବାଞ୍ଚେଶ୍ବର ବିଜେ ସ୍ଥଳୀ ଠାରେ ମା ହିଙ୍ଗୁଳା ଙ୍କ ବିଶ୍ବଶାନ୍ତି ମହାଯଜ୍ଞ କରୋନା ମହାମାରୀ ପାଇଁ ନିରାଡ଼ମ୍ବର ରେ ଅନୁଷ୍ଠିତ ହୋଇଛି, ଗତକାଲି ମହାନଦୀ ରୁ ମାଙ୍କ କଳଷ ଅଣାଯାଇ,ଆଜି ସକାଳ ୮.୧୪ ମିନିଟ ରେ ମାଙ୍କ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହୋଇଥିଲା, ଦିର୍ଘ ୬୩ ବର୍ଷ ଧରି ଉକ୍ତ ଗ୍ରାମରେ ମାଙ୍କ ବିଶ୍ବଶାନ୍ତି ହିଙ୍ଗୁଳା ଯଜ୍ଞ ଚାରି ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ବେଳେ କରୋନା ମହାମାରୀ ପାଇଁ କେବଳ ଦୁଇ ଜଣ ପଣ୍ଡିତ, କର୍ତ୍ତା ଙ୍କ ଉପସ୍ଥିତ ରେ ମାଙ୍କ ନିତିକାନ୍ତି ହୋଇଥିଲା,ପୂର୍ଣ୍ଣାହୁତି ପରେ ମାଙ୍କ ଘଟ ମହାନଦୀ ରେ ବିସର୍ଜନ କରାଯାଇଥିଲା,


କଖଡି ହିଙ୍ଗୁଳା ଯଜ୍ଞ କମିଟି ସଭାପତି ଚନ୍ଦ୍ରଶେଖର ପରିଡା ଓ କଖଡି ଗାଁ ସଭାପତି ଦିଲିପ କୁମାର ଛତାର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,


ପଣ୍ଡିତ ଅଜୟ କୁମାର ପଣ୍ଡା ମାଙ୍କ ପୂର୍ଣାହୁତି ରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *