#Exclusive

କରୋନା ସମୟରେ କୁକୁର,ଗାଈ ଗୋରୁ, ବୁଲା ଷଣ୍ଢମାନଙ୍କୁ ଖାଦ୍ୟ ଦେଉଚ୍ଚନ୍ତି ଉତ୍ସାହି ଯୁବକ


ଆଠଗଡ,(ଉଲାପ୍ର)କରୋନା ଯୋଗୁ ଆଠଗଡ ସହର ଲକ ଡାଉନ ଥିବା ବେଳେ ଏଥିରେ ବେସି କ୍ଷତିଗ୍ରସ୍ତ ହୋଇଛନ୍ତି ଗାଈ,ବୁଲା ଷଣ୍ଢ,କୁକୁର ଓ ପଶୁପକ୍ଷୀ,

ମଣିଷମାନେ ଘରେ ରହିଥିବା ବେଳେ ପଶୁପକ୍ଷୀ ଖାଇବାବିନା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆଉ ଏତିକି ବେଳେ ଆଠଗଡ ସହରର କିଛି ଉତ୍ସାହି ଯୁବକ ମାନବିକତା ଦେଖାଇଛନ୍ତି ପଶୁ ପକ୍ଷୀ ମାନଙ୍କ ପ୍ରତି, ଲକ ଡାଉନ ହେବାର ପନ୍ଦର ଦିନ ହେଲା ସହରର ଯୁବକ ସତ୍ୟ ରଥ,ରୋନକ ପଟ୍ଟନାୟକ, ଅଶ୍ୱିନୀ ଆୟୁସମାନ ପ୍ରଧାନ,ଚକ୍ରଧର ବେହେରା,ତଥାଗତ ପଟ୍ଟନାୟକ, ପ୍ରସୂନ ମହାପାତ୍ର, ସତ୍ୟନାରାୟଣ ସାହୁ,ସ୍ୱାଗତ ରଞ୍ଜନ ପାତ୍ର ପ୍ରମୁଖ ଏକାଠି ହୋଇ ସାହିସାହି ବୁଲି ଯେଉଁଠି କୁକୁର ଦେଖୁଛନ୍ତି ସେମାନଙ୍କୁ ଚିକେନ୍ ଭାତ,ଗାଈ ଗୋରୁଙ୍କୁ ପରିବା, ଭାତ,କାଉ ମାନଙ୍କୁ ବିସ୍କୁଟ ପ୍ରଭୁତି ଦେଉଥିବାର ଦେଖାଯାଇଛି,

ରାଜ୍ୟ ସରକାର ଲକ ଡାଉନ ସମୟରେ ପଶୁପକ୍ଷୀ ଙ୍କୁ ଖାଦ୍ୟ ଦେବାପାଇଁ ୫୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ବି ସ୍ଥାନରେ ପଶୁପକ୍ଷୀ ଙ୍କୁ ପ୍ରଶାସନ ବା ପୌରାଞ୍ଚଳ ତରଫରୁ ଖାଦ୍ୟ ପ୍ରଦାନ କରାଯାଇଥିବା ଦେଖାଯାଇ ନାହିଁ,ଆଠଗଡ ସହରରେ ଯୁବକ ମାନଙ୍କ ପଶୁପକ୍ଷୀ ଙ୍କ ପ୍ରୀତି କୁ ଦେଖିଲେ ଏବେବି ମଣିଷ ପଣିଆ ବଞ୍ଚିଛି କହିଲେ ଅତୁକ୍ତି ହେବ ନାହିଁ।

Leave a comment

Your email address will not be published. Required fields are marked *