#Exclusive

ଲକ୍ ଡାଉନ୍ ଯୋଗୁଁ ପାକିସ୍ତାନ ରେ ହାହାକାର ସ୍ଥିତି

ଇସଲାମାବାଦ: କିଲର କୋରୋନା ସମଗ୍ର ବିଶ୍ୱରେ କାୟା ମେଲାଉଛି । ଆଉ କୋରୋନା ମୁକାବିଲା କରିବାକୁ ଯାଇ ବିଭିନ୍ନ ଦେଶ ଲକ୍ ଡାଉନ୍ ଫର୍ମୁଲା ଆପଣାଉଛନ୍ତି । ହେଲେ ଏ ଲକ୍ ଡାଉନ୍ ଯୋଗୁଁ ଗରିବ ଦେଶର ଜନସାଧାରଣଙ୍କ ଅବସ୍ଥା କିପରି ହୋଇପଡ଼ିଛି, ପାକକୁ ଦେଖିଲେ ସହଜରେ ବୁଝିହେବ । ଲୋକଙ୍କୁ ରାସନ ମିଳୁନି । ପେଟ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପାକିସ୍ତାନୀ ।
ସରକାରୀ ସାହାଯ୍ୟରୁ ବଞ୍ଚିତ ପାକ୍ ଜନସାଧାରଣ ଶେଷରେ ଯେଉଁ ପଦକ୍ଷେପ ବାଛିଛନ୍ତି, ତାହା ସମଗ୍ର ବିଶ୍ୱ ଦେଖୁଛି । ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପାକ୍ ନାଗରିକ । ସାମାଜିକ ଦୂରତ୍ୱ ପାଇଁ ଗୋଟିଏ ପଟେ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି, ଅନ୍ୟପଟେ ପେଟ ପାଇଁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ପାକ୍ ନାଗରିକ । ତେଣୁ ସାମାଜିକ ଦୂରତ୍ୱ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଥିଲେ, ତାହା ଗୋଟିଏ ପ୍ରକାର ଫେଲ ମାରିଛି ।
ପାକ୍ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଞ୍ଜାବ ରାଜଧାନୀ ଲାହୋରରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ହଜାର ହଜାର ସଂଖ୍ୟାରେ ଲୋକ ଗଭର୍ଣ୍ଣର ହାଉସ୍ ପହଞ୍ଚିଥିଲେ । ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମହିଳା ଥିଲେ । ଲକ୍ ଡାଉନ ଯୋଗୁଁ କାମ ମିଳୁନି କିମ୍ବା ଘରେ ରୋଷେି ହେବା ପାଇଁ ଗ୍ରୋସରୀ ମଧ୍ୟ ନାହିଁ । ସରକାରଙ୍କ ପକ୍ଷରୁ ମଧ୍ୟ ରାସନ ମିଳୁନି ।
ଶେଷରେ ରାଜରାସ୍ତାକୁ ଓହ୍ଲାଇଥିବା ପ୍ରଦର୍ଶନକାରୀ କହିଥିଲେ । ସରକାରଙ୍କ ବିରୋଧରେ ତୀବ୍ର ନାରାବାଜି କରିବା ସହ ଗଭର୍ଣ୍ଣର ହାଉସ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ ବିକ୍ଷୋଭକାରୀ ।
ତେବେ କେବଳ ଲାହୋର କାହିଁକି, ପାକିସ୍ତାନର ଅନ୍ୟ ବହୁ ସ୍ଥାନରେ ମଧ୍ୟ ଏଭଳି ବିକ୍ଷୋଭ ଘଟଣା ସାମ୍ନାକୁ ଆସିଛି । କରାଚୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଆମେରିକା ଓ ୟୁରୋପୀୟ ଦେଶ କୋରୋନାର ତାଣ୍ଡବରେ ତ୍ରାହି ଡାକୁଥିବା ବେଳେ କିଛି ଦେଶରେ ଗରିବ ଲୋକ ଲକ୍ ଡାଉନ୍ ଯୋଗୁଁ ଉପାସରେ ଶୋଇବାକୁ ପଡ଼ୁଛି ।

Leave a comment

Your email address will not be published. Required fields are marked *