#Exclusive

ଉଦୟଲାବଣ୍ୟ ସମ୍ପାଦକଙ୍କ ଉଦ୍ୟମ, ଯୁବକଂଗ୍ରେସ ସଭାପତି ଙ୍କ ମାନବିକତା ପାଇଁ ଅସହାୟ ବୃଦ୍ଧାଙ୍କୁ ମିଳିଲା ରାହା ।


ଆଠଗଡ଼ (୨୨/୦୪/୨୦୨୦)(ଉ ଲା ପ୍ର) : ମାନବିକତା ବୋଲି ଗୋଟେ ଶବ୍ଦ ଏବେବି ବଞ୍ଚିଛି, ଏହାର କାରଣ ହେଲା ଆଠଗଡ ରେ ଲକ ଡାଉନ ସମୟରେ ଯେତେବେଳେ nac ଜଣେ ୮୫ ବର୍ଷର ବୃଦ୍ଧା କୁ ସହାୟତା କଲା ନାହିଁ ସେଠି ଉଦୟଲାବଣ୍ୟ ସମ୍ପାଦକଙ୍କ ପଦେ କଥାରେ ଆଗେଇ ଆସିଥିଲେ ଆଠଗଡ ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ,

ଆଉ ସେହି ମହିଳାଙ୍କୁ ତାଙ୍କ ଗାଡ଼ିରେ ନେଇ ନିଜ ବିସ୍କୁଟ କମ୍ପାନୀ ରେ ରଖିଛନ୍ତି ଏହି ମହିଳା ଙ୍କୁ, ଘଟଣା ଟି ଥିଲା ଏହିପରି, ସକାଳୁ ଆଠଗଡର ଜଣେ ଯୁବକ ବବୁଲ ମୋ ମୋବାଇଲ କୁ ଜଣେ ଵୃଧାର ଫଟୋ ପଠାଇଥିଲେ, ଆଉ ବୃଦ୍ଧା ଜଣକ ଗତ ପାଞ୍ଚଦିନ ହେବ ରାଧାଗୋବିନ୍ଦପୁର ହନୁମାନ ମନ୍ଦିର ନିକଟରେ ଖାଇବାକୁ ନପାଇ ଏକେଲା ରହୁଛନ୍ତି,ଏହି ଖବର ପାଇବା ପରେ ଆମେ ଆଠଗଡ ଉପଜିଲ୍ଲାପାଳ, nac କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଖବର ଦେଇଥିଲୁ,,ଉପଜିଲ୍ଲାପାଳ ସଙ୍ଗେ ସଙ୍ଗେ nac କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଲେ,

କାର୍ଯ୍ୟନିର୍ବାହୀ ଅଧିକାରୀ ନୋଡାଲ ଅଧିକାରୀ ଦିଲୀପ ବାରିକକୁ ପଠାଇଲେ, ସେ ମଧ୍ୟ ଆସି ଦେଖିଗଲେ, କାର୍ଯ୍ୟନିର୍ବାହୀ ଅଧିକାରୀ କହିଲେ ଆମର କିଛି ସୁବିଧା ନାହିଁ ବୃଦ୍ଧା ମହିଳାଙ୍କୁ ନେଇ ରଖିବାକୁ,ସେ ସେଇ ହନୁମାନ ମନ୍ଦିର ବାରଣ୍ଡା ରେ ଥାଉ, ସେଇଠି ଖାଦ୍ୟ ଦେଇଦେବୁ,ଏଇଟା କଂଣ୍ ହେଉଛି ଜଣେ ଅଫିସରର ମାନବିକତା,ଏହା ପରେ nac ର୍ ଅନ୍ୟ ଜଣେ କର୍ମଚାରୀ ଆସି ପାଞ୍ଚ ଟଙ୍କିଆ ଡାଲମା ଭାତ ଦେଇ ପଳାଇଲେ,

ଏହା ପରେ ମାନବିକତା ଦୃଷ୍ଟି କୋଣରୁ ଏହି ମହିଳା ବୃଦ୍ଧା ଙ୍କୁ ମନ୍ଦିର ବାରଣ୍ଡାରେ ଛାଡି ଯିବା ଉଚିତ ନମଣି ଆଠଗଡ ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ ଙ୍କୁ ଯୋଗାଯୋଗ କଲି, ସେ ତାଙ୍କ କାର ଆଣି ବୃଦ୍ଧା ମହିଳା ଜଣକୁ ନିଜ ବିସ୍କୁଟ କମ୍ପାନୀ କୁ ନେଇଯାଇଛନ୍ତି, ମୁଁ ମୋର କର୍ତ୍ତବ୍ୟ

କଲି ଆଉ ଜାଣିଲି ଏବେବି ମାନବିକତା ମରିନାହିଁ, ମାନବିକତା ବଞ୍ଚିଛି, ମନୋରଞ୍ଜନ ପଟ୍ଟନାୟକ ଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ । କଲେ କରୋନା ସମୟରେ ସରକାର ଦେଉଥିବା କୋଟିକୋଟି ଟଙ୍କା କାହାପାଇଁ ଆସୁଛି ତାହା କଂଣ୍ ଭଦ ଭଦଳିଆ ଲୋକଙ୍କ ପାଇଁ ବୋଧେ।

Leave a comment

Your email address will not be published. Required fields are marked *