#Exclusive

କରୋନା ଯୋଦ୍ଧା: କର୍ତ୍ତବ୍ୟ ଆଗରେ ଶାରୀରିକ ଅସୁସ୍ଥତାକୁ ଭୁଲିଗଲେ କ‌ନେଷ୍ଟବଳ ସଂଯୁକ୍ତା

ଦେବଗଡ଼: କର୍ତ୍ତବ୍ୟ ଆଗରେ ହାର ମାନିଛି ଶାରୀରିକ ଅସୁସ୍ଥତା । କର୍ତ୍ତବ୍ୟ ଆଗ, ଆଉ ସବୁ ପଛ । ଏହାକୁ କଥାରେ ନୁହଁ କାମରେ ଦେଖାଇଛନ୍ତି ବାରକୋଟ ଥାନାରେ କାର୍ଯ୍ୟରତ ମହିଳା କ‌ନେଷ୍ଟବଳ ସଂଯୁକ୍ତା ପାତ୍ର । ବେଶ କିଛି ମାସ ତଳେ ସେ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ । ଯାହା ଫଳରେ କି ତାଙ୍କର ସ୍ପାଇନାଲ କୋଡରେ ଆଘାତ ଲାଗିବା ସହିତ ଫେକଚର ହୋାଇଥିଲା ।

‌ତେବେ ସଂଯୁକ୍ତା ଅପ୍ରେଲ ମାସ ୬ ତାରିଖ ଦିନ ଡାକ୍ତରଖାନାରୁ ଘରକୁ ଫେରିଥିଲେ ।ଦେବଗଡ଼ ଏସପି ରାହୁଲ ଜୈନ ଏବଂ ଡାକ୍ତର ତାଙ୍କୁ ବିଶ୍ରାମ ନେବ‌ା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ସଂଯୁକ୍ତା ଶାରରିକ ଅସୁସ୍ଥତାକୁ ଭୁଲିଯାଇ ୯ ତାରିଖ ଦିନ ବାରକୋଟ ଥାନାରେ ନିଜର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହାସହିତ କୋଭିଡ-୧୯ ସଂପର୍କିତ ସମସ୍ତ କାର୍ଯ୍ୟରେ ନିଜର ଦାୟିତ୍ବ ତୁଲାଇଛନ୍ତି । ସଂଯୁକ୍ତାଙ୍କର ଏଭଳି ପଦକ୍ଷେପ ଜିଲ୍ଲାରେ ଅନ୍ୟ ସମସ୍ତ ପୁଲିସ ଅଧିକାରଙ୍କ ପାଇଁ ଉଦାହରଣ ପାଲଟିଛି ।

Leave a comment

Your email address will not be published. Required fields are marked *