ଓଡିଶା ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା; ଅଧିକାରୀଙ୍କୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

admin | April 28, 2020 | 67 views |0 | Exclusive

ଭୁବନେଶ୍ବର (ବ୍ୟୁରୋ) : ଓଡିଶା ଫେରୁଥିବା ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ତା’ଛଡା ନରେଗା ଯୋଜନାରେ ଶ୍ରମ ଯୋଗାଇ ଦେବାକୁ ୧୦ ଲକ୍ଷ ମାନବ ଦିବସ ସୃଷ୍ଟି କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି।ମଙ୍ଗଳବାର ମୁଖ୍ୟମନ୍ତ୍ରୀ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲାରେ ଥିବା ପର୍ଯ୍ୟବେକ୍ଷକଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ସେ ଓଡିଶା ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହେଉ ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା , ଏଥିରୁ କୌଶସି ଶ୍ରମିକ ଯେପରି ବାଦ୍‌ ନପଡନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ ସେ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆଗାମୀ ୮-୧୦ ଦିନର ଦୃଶ୍ୟପଟକୁ ନଜରରେ ରଖି ପଦକ୍ଷେପ ନେବା ସହ ଗ୍ରାମ ପଞ୍ଚାୟତସ୍ତରରେ ସୁବିଧା ସୁଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଓଡିଶା ଫେରନ୍ତାଙ୍କ ପାଇଁ ଗ୍ରାମପଞ୍ଚାୟତସ୍ତରରେ ସଂଗରୋଧ ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଲକ୍ଷ୍ୟ ଭିତିକ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏବେ ୫ ଲକ୍ଷ ମାନବ ଦିବସ ସୃଷ୍ଟି ହେଉଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ କୁହାଯାଇଥିବା ବେଳେ ଜଙ୍ଗଲଭିତିକ ଶ୍ରମ ଉପରେ ମଧ୍ୟ ପଦକ୍ଷେପ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିରେ କେନ୍ଦୁପତ୍ର କର୍ମଚାରୀଙ୍କ ଜୀବନଜୀବିକାକୁ ଧ୍ୟାନ ଦେବାକୁ କୁହାଯାଇଛି । ଓଡିଶା ଫେରନ୍ତା ଶ୍ରମିକଙ୍କ ନମୂନା ପରୀକ୍ଷଣ କରାଯିବ। ସେଥିପାଇଁ ପରୀକ୍ଷଣ କେନ୍ଦ୍ର ୧୫ ହଜାରକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଥିଲେ।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 32 views |0

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories