କରୋନା ଲକଡାଉନର କରୁଣ ଚିତ୍ର : ଘରକୁ ଫେରିବା ପାଇଁ ପଞ୍ଜିକରଣ ହୋଇଥିଲା, ହେଲେ ଶବ ଆସିଲା

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ହଜାର ହଜାର ଲୋକ ଓଡିଶା ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି। ଏହି ଦାଦନ ମାନେ ନିର୍ଯ୍ୟାତନାର ଶିକାର ହେବା ସହିତ ଅନେକ ମୃତ୍ୟୁବରଣ କରୁଛନ୍ତି। ସରକାର ଦାଦନ ରୋକିବାକୁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଏହା କୌଣସି ସୁଫଳ ମିଳୁନଥିବା ଦେଖିବାକୁ ମିଳୁଛି। ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ଜଣେ ଦାଦନ ଶ୍ରମିକ ଲକ୍‍ଡାଉନ ପାଇଁ ତେଲେଙ୍ଗାନାରେ ଫସି ରହିଥିବା […]

୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଯୁବକ

ବ୍ରହ୍ମପୁର: ଗାଁ ଭିତରେ ଲୋକେ ପୂରାଇ ନ ଦେବାରୁ ବାଧ୍ୟ ହୋଇ ଗତ ୫ ଦିନ ହେଲା କାର୍‌ ଭିତରେ ରହୁଛନ୍ତି ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁର ଗାଁରେ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ଗାଁର ମାଧବ ପାତ୍ର ନାମକ ଜଣେ ବିହାରରେ ରହୁଥିଲେ। ଲକ୍‌ଡାଉନ୍‌ ପରେ ଗାଁକୁ ପଳାଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲା।କ୍ୱାରେଣ୍ଟିନ୍‌ ସେଣ୍ଟରରେ […]

ରବିବାର ରାଶିଫଳ (୩୧/୦୫/୨୦୨୦)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ। ଦେବୀ ଦର୍ଶନ ପାଇ ଖୁସି ହେବେ। ବନ୍ଧୁ ମିଳନରୁ ସୁଫଳ ମିଳିବ। ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ। ବୃଷ: ପ୍ରଭାବ ବିସ୍ତାର କରିପାରନ୍ତି। ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ। ଧାର୍ମିକପ୍ରବର ହୋଇପାରନ୍ତି। ମହତ୍‌ ଉଦ୍ଦେଶ୍ୟରେ ଆତ୍ମୋତ୍ସର୍ଗ କରିପାରନ୍ତି। କୃଷି ଉପରେ ଗୁରୁତ୍ବ ଦେବେ। ଯାନବାହନ ସୁଖ ମିଳିପାରେ। ମିଥୁନ: ସମ୍ମାନିତ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ସୁସ୍ଥ ଓ […]

ରାଜ୍ୟ ସରକାର ଅନୁମତି ଦେଲେ ପୁରୀରେ କଟକଣା ସହିତ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ : ଗଜପତି

ପୁରୀ:  କଟକଣାର ସହିତ ଶ୍ରୀଜିଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉ। ଭକ୍ତଙ୍କ ବିନା ଆଗମନରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ। ଭକ୍ତମାନେ ଘରେ ରହି ଗଣମାଧ୍ୟମ ଜରିଆରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ରଥଯାତ୍ରା ବିଧି ଅନୁସାରେ ଅନୁଷ୍ଠିତ ହେଉ ଏବଂ କୋଭିଡ୍-୧୯ ଗାଇଡଲାଇନ୍ ପାଳନ ହେଉ। ବଡ଼ଦାଣ୍ଡରେ ଭକ୍ତଙ୍କ ବିନା ସମାଗମରେ କେବଳ ସେବାୟତ ଓ ସଂପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ରଥଯାତ୍ରା ସମ୍ଭବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ  ରଥଯାତ୍ରା […]

ପାଇଲଟ୍ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ‌ଫେରାଇ ଅଣାଗଲା ଏୟାର୍ ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ

ନୂଆଦିଲ୍ଲୀ: ପାଇଲଟ୍ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ଆଜି ସକାଳେ ମସ୍କୋ ଅଭିମୁଖେ ଯାତ୍ରା କରିଥିବା ଏୟାର୍ ଇଣ୍ଡିଆର ଏକ ବିମାନକୁ ଉଜ୍‌ବେକିସ୍ତାନ ଆକାଶରୁ ଫେରାଇ ଅଣାଯାଇଛି। ବିମାନର କ୍ରୁ ମେମ୍ବରମାନଙ୍କର ପ୍ରାକ୍-ଉଡ଼ାଣ ରିପୋର୍ଟ ଯାଞ୍ଚ୍ କରୁଥିବା ଟିମ୍ ଭୁଲ୍‌ବଶତଃ କ୍ୟାପ୍‌ଟେନ୍‌ଙ୍କ ପଜିଟିଭ୍ ରିପୋର୍ଟକୁ ‘ନେଗେଟିଭ୍’ ବୋଲି ପଢ଼ି ପକାଇଥିଲେ। ତେଣୁ ମସ୍କୋରେ ଥିବା ଭାରତୀୟଙ୍କୁ ସ୍ବଦେଶକୁ ଆଣିବାକୁ ଉକ୍ତ ପାଇଲଟଙ୍କୁ  ଖାଲି ବିମାନ (କେବଳ କ୍ରୁ ମେମ୍ବର ଥାଇ) ଚଳାଇଯିବାକୁ ଅନୁମତି ଦିଆଯାଇଥିଲା।ମାତ୍ର ଦୀର୍ଘ ଦୁଇ […]

କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ଓଡ଼ିଶା, ରାଜ୍ୟର କୋଣଅନୁକୋଣରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ…’

ଭୁବନେଶ୍ୱର: ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ଗାଇଲା  ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟରୁ ଖେଳପଡ଼ିଆ ସବୁଠି ଲୋକେ ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ସନ୍ଧ୍ୟା ୫.୩୦ ମିନିଟ୍‌ରେ ଓଡ଼ିଶାର ଘରେଘରେ ମୁଖରିତ ହୋଇଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’। ଏଥିସହ ବିଭିନ୍ନ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ଷ୍ଟାଡିୟମ, […]

ସହକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୧୪ଦିନିଆ କ୍ଵାରେଣ୍ଟଇନରେ ଚାଲିଗଲେ କୋଭିଡ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର, ଏତଲା ରୁଜୁ କରି ହାତ ବାନ୍ଧି ବସିଛି ପୁଲିସ

ରାଞ୍ଚି: ସାରା ଦେଶ ଏବେ କରୋନା ଭଳି ମହାମାରୀ ସହ ଲଢ଼ୁଛି | ଆଗ ଧାଡିରେ ରହି କରୋନା ଭୁତାଣୁ ସହ ଲଢ଼ୁଛନ୍ତି ଦେଶର ଅନେକ ସ୍ୱାସ୍ଥ୍ୟକର୍ମୀ | ହେଲେ ରାଞ୍ଚିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦାୟିତ୍ୱରେ ଥିବା ଜଣେ ଡାକ୍ତର କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମସ)ର କୋଭିଡ ୱାର୍ଡରେ କାମ କରୁଥିବା ଜଣେ କନିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ଜଣେ ବରିଷ୍ଠ ରେସିଡେଣ୍ଟ […]

ସୂର୍ଯ୍ୟଙ୍କର ଚୁମ୍ବକୀୟ ଶକ୍ତି କମୁଛି ।ଅନ୍ୟ ଗ୍ରହରୁ ଆସୁଛି ବିକିରଣ ।ବରଫରେ ପରିଣତ ହେବ ପୃଥିବୀ

ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା । ୟୁରୋପ, ଋଷ ଇତ୍ୟାଦି ଦେଶ ମଧ୍ୟ ବିକଶିତ ଅଟନ୍ତି । ଏହି ଦେଶଗୁଡ଼ିକୁ ବିଶ୍ୱର ଶକ୍ତିକେନ୍ଦ୍ର କୁହାଯାଏ । ହେଲେ କୋରୋନା ଭାଇରସ୍ ଏମାନଙ୍କୁ ଗୋଟିଏ ପ୍ରକାର ବର୍ବାଦ କରିଦେଇଛି । ଆଉ ଏବେ ବୋଝ ଉପରେ ନଳିତା ବିଡ଼ା ପରି ପୁଣି ଏକ ବିପଦ ଏମାନଙ୍କ ପାଖକୁ ମାଡ଼ି ଆସୁଛି । ମନେହେଉଛି, ସତେଯେମିତି ଏହି ଦେଶଗୁଡ଼ିକ ଉପରେ ପ୍ରକୃତି ମାତା ଆଦୌ ସନ୍ତୁଷ୍ଠ ନୁହଁନ୍ତି […]

‘ଦେଶର ନାମ ଇଣ୍ଡିଆ ସ୍ଥାନରେ ଭାରତ ହେଉ’

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ସ୍ଥାନରେ ଭାରତ ନହେଲେ ହିନ୍ଦୁସ୍ଥାନ ହେଉ। ଏଭଳି ଏକ ଆବେଦନ ସୁପ୍ରିମକୋର୍ଟରେ ଦାୟର ହୋଇଛି। ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଜୁନ୍ ୨ରେ ଏହାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡ଼େଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।ଆବେଦନକାରୀ କହିଛନ୍ତି, ଭାରତ ନହେଲେ ହିନ୍ଦୁସ୍ଥାନ ହେଲେ ଆମେ ଆମର ଜାତୀୟତାକୁ ନେଇ ଅଧିକ ଗୌରବ୍ୱାନିତ ହୋଇପାରିବା। ସମ୍ୱିଧାନର […]

ରୋଗିଣା ପତ୍ନୀ, ଝିଅ ପାଇଁ ବଦଳିଲା ପେସା

ଚନ୍ଦ୍ରଶେଖରପୁର : ଘରେ ରୋଗିଣା ପତ୍ନୀ, ୧୨ ବର୍ଷର ଝିଅ ଯାହାର ଗୋଟିଏ କିଡ୍‌ନୀ। ଦୁଃଖର ପାହାଡ଼ ତଳେ ଚାପି ହୋଇଯାଇଛି ଅଟୋ ଚାଳକ ଶରତ ମଲ୍ଲିକଙ୍କ ସଂସାର। ସକାଳୁ ରାତି ପର୍ଯ୍ୟନ୍ତ ଅଟୋ ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ସଂସାର ଚଳେ କଷ୍ଟେମଷ୍ଟେ ଚଳିଯାଉଥିଲା। ହେଲେ ଶରତଙ୍କ ଜୀବନ ଆକାଶରେ କଳାବାଦଲ ଘୋଟି ଯାଇଛି। କରୋନା କଟକଣା ଆଣିଦେଇଛି ଦାରୁଣ ଦୁଃଖ । ଦୀର୍ଘଦିନ ହେଲା ପତ୍ନୀ ଉର୍ମିଳା ବିଭିନ୍ନ ରୋଗରେ ଘାଣ୍ଟି ହେଉଥିବାବେଳେ […]