#Exclusive

ବିନା ଭକ୍ତରେ ହେଲା ଅଟ୍ଟାଳି ଜଗନ୍ନାଥଙ୍କ ସୁନାବେଶ


ଆଠଗଡ,(ଉଲାପ୍ର)ଆଠଗଡ ର ଆରାଧ୍ୟ ଦେବ ଅଟ୍ଟାଳି ଜଗନ୍ନାଥ ଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି, ବିନାଭକ୍ତ ଓ ସମ୍ପୂର୍ଣ ସାମାଜିକ ଦୂରତା ରକ୍ଷାକରି ମନ୍ଦିର ମଧ୍ୟରେ ସୁନାବେଶ ଅନୁଷ୍ଠିତ ହୋଇଥିଲା,ରାଜ ପୁରୋହିତ ସୁଶାନ୍ତ ମିଶ୍ର,ବଡ଼ପଣ୍ଡା ଶରତ ପଣ୍ଡା,ସାନ ପଣ୍ଡା ସୁଶାନ୍ତ ପଣ୍ଡା ଅଟ୍ଟାଳି ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି କରିବା ପରେ ପୋଲିସ ସୁରକ୍ଷା ମଧ୍ୟରେ ଟ୍ରେଜେରୀ ରୁ ସୁନା ଗହଣା ଅଣା ଯାଇ ଜଗନ୍ନାଥଙ୍କ ସୁନାବେଶ କରାଯିବା ପରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା, ସାମାଜିକ ଦୂରତା ରକ୍ଷାକରି ସୁନାବେଶ ଅନୁଷ୍ଠିତ ହୋଇଥିଲା ବେଳେ ମନ୍ଦିରର ଗେଟ କୁ ସମ୍ପୂର୍ଣ ବନ୍ଦ କରି ଦିଆଯାଇ ଥିଲା,କାଁ ଭାଁ ଭକ୍ତ ମନ୍ଦିର ଭିତରେ ଥିବା ବେଳେ ସମ୍ପୂର୍ଣ୍ଣ ପୋଲିସ ସୁରକ୍ଷା ମଧ୍ୟରେ ସୁନାବେଶ ଅନୁସ୍ଥିତ ହୋଇଯାଇଛି,ଏହା ସହିତ ମଠ ଜଗନ୍ନାଥ, ବଳଭଦ୍ର,ଦେବୀ ସୁଭଦ୍ରାଙ୍କ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଯାଇଛି।

Leave a comment

Your email address will not be published. Required fields are marked *