#Headlines #Slider #Special Story

ଗଞ୍ଜାମ ରେ କରୋନା ଦେଖାଉଛି କରାଳରୂପ

ଆଠଗଡ(ଉଲାପ୍ର)ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଚରମ ସୀମାରେ ପହଁଞ୍ଚି ଅଛି।ଜିଲ୍ଲାର ସାନଖେମୁଣ୍ଡି ବ୍ଲକର କଙ୍କୋରୁଡା ପଞ୍ଚାୟତର ଅଙ୍ଗନବାଡ଼ି କାର୍ଯ୍ୟରତ ସୁପରଭାଇଜର ଅଶାନ୍ତ ପାତ୍ର ମହାମାରୀର ଶିକାର ହୋଇଛନ୍ତି। ସେ କଙ୍କୋରୁଡା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଦାୟିତ୍ଵ ନିର୍ବାହ କରୁଥିଲେ। ତାଙ୍କର ଦେହ ଅସୁସ୍ଥ ହେବାରୁ କୋଭିଡ ଆମ୍ବୁଲାନ୍ସ ମଗାଇଥିଲେ । ଅନ୍ୟର ସୁରକ୍ଷା ପାଇଁ ନିଜର ଜୀବନ ବିପଦରେ ପକାଇଥିଲେ। ହେଲେ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିଥିଲେ। ତାଙ୍କର ସ୍ବାମୀ ଓ ନଣନ୍ଦ ହସ୍ପିଟାଲକୁ ଏକ ଅଟୋରେ ଗଲାବେଳେ ବାଟରେ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପରେ ତାଙ୍କୁ କେହି ସହାୟତା କରି ନଥିଲେ। ବ୍ରହ୍ମପୁର ଶ୍ରୀରାମନଗର ମଶାଣିରେ ଦୀର୍ଘ ଚାରିଘଣ୍ଟା ଧରି ତାଙ୍କ ନଣନ୍ଦ ଶବକୁ ଜଗି ରହିଥିଲେ। ଏମିତି ପରିସ୍ଥିତିରେ କାହାର କାନ୍ଧ ବି ତାଙ୍କ ପାଇଁ ମିଳିଲା ନାହିଁ। ସେହି ହୃଦୟ ବିଦାରକ ଦୃଶ୍ୟକୁ କେହି ଜଣେ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ତାଙ୍କର ସ୍ବାବ ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଆସିଥିଲା। ପ୍ରଶାସନ ପକ୍ଷରୁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସରକାର ଏହି ପରି କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ସତ ଯାହା କରୋନାର ସମାଧାନ ନୁହେଁ। ସମାଜ ତଥା ଦେଶର ହିତ ଦୃଷ୍ଟିରୁ ପ୍ରତ୍ଯେକ ନାଗରିକ କଟକଣା ମାନିବା ଆବଶ୍ୟକ। ହେଲେ ଏତେ ସଂଖ୍ୟକ ଲୋକଙ୍କୁ ଏକକାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସରକାରଙ୍କ ପକ୍ଷରୁ କୌଣସି ସୁବିଧା ନଥିବା ସମସ୍ତେ ଭାବିବା ଉଚିତ।ନତୁବା ଆଗାମୀ ଦିନରେ ଏହାଠାରୁ ବି ଭୟଙ୍କର ଛବି ଦେଖିବାକୁ ମିଳିବ।

Leave a comment

Your email address will not be published. Required fields are marked *