#National #Politics

‘ ଦୁନିଆର କୌଣସି ଶକ୍ତି ଭାରତର ଇଞ୍ଚେ ବି ଜମି ଛୁଇଁ ପାରିବେନି’

ଶ୍ରୀନଗର: ( ଉ ଲା ପ୍ର) ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୨ ଦିନିଆ ଗସ୍ତରେ ଯାଇ ଆଜି ଲେହରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସେନାର ଯାବାନମାନଙ୍କୁ ସମ୍ବୋଧିତ କରି ଯବାନଙ୍କ ମନୋବଳ ବଢାଇବା ସହ ଚୀନ୍‌କୁ ଦୃଢ ବାର୍ତ୍ତା ଦେଇଛନ୍ତି। ଲେହର ଲୁକୁଙ୍ଗ ଆଉଟପୋଷ୍ଟରେ ସୈନିକଙ୍କୁ ସମ୍ବୋଧିତ କରୁଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଦୁନିଆର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ଛୁଇଁ ପାରିବ ନାହିଁ।ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯଦି ଭାରତର ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଏ, ତେବେ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ । ଏହାର ଉଚିତ ଉତ୍ତର ଦିଆଯିବ। ଲଦାଖର ଲୁକୁଙ୍ଗ ଆଉଟପୋଷ୍ଟରେ ଭାରତୀୟ ସେନାର ଯବାନମାନଙ୍କୁ ସମ୍ବୋଧିତ କରିବାବେଳେ ରାଜନାଥ ସିଂ କହିଛନ୍ତି, ଆଲୋଚନାରେ ଏପର୍ଯ୍ୟନ୍ତ ଅଗ୍ରଗତି ସକରାତ୍ମକ ରହିଛି। ଏହି ସମସ୍ୟାର ସମାଧାନ ହେବା ଉଚିତ୍। କିନ୍ତୁ କେତେ ପରିମାଣରେ ଏହାର ସମାଧାନ ହେବ, ସେ ବାବଦରେ କୌଣସି ଗ୍ୟାରେଣ୍ଟି ଦେଇ ପାରିବି ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଯଦି ଭାରତର ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଏ, ତେବେ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ । ଏହାର ଉଚିତ ଉତ୍ତର ଦିଆଯିବ। ଲଦାଖର ଲୁକୁଙ୍ଗ ଆଉଟପୋଷ୍ଟରେ ଭାରତୀୟ ସେନାର ଯବାନମାନଙ୍କୁ ସମ୍ବୋଧିତ କରିବାବେଳେ ରାଜନାଥ ସିଂ କହିଛନ୍ତି, ଆଲୋଚନାରେ ଏପର୍ଯ୍ୟନ୍ତ ଅଗ୍ରଗତି ସକରାତ୍ମକ ରହିଛି। ଏହି ସମସ୍ୟାର ସମାଧାନ ହେବା ଉଚିତ୍। କିନ୍ତୁ କେତେ ପରିମାଣରେ ଏହାର ସମାଧାନ ହେବ, ସେ ବାବଦରେ କୌଣସି ଗ୍ୟାରେଣ୍ଟି ଦେଇ ପାରିବି ନାହିଁ।

ରାଜନାଥ ଆହୁରି କହିଛନ୍ତି, ମୁଁ ନିଶ୍ଚିତ କରିବାକୁ ଚାହେଁ ଯେ ଭାରତର ଏକ ଇଞ୍ଚ ଜମି ମଧ୍ୟ ପୃଥିବୀର କୌଣସି ଶକ୍ତି ଛୁଇଁ ପାରିବ ନାହିଁ, କେହି ଏହାକୁ ଦଖଲ କରିପାରିବେ ନାହିଁ। ଏହାପୂର୍ବରୁ ରାଜନାଥ ସିଂ ଯବାନମାନଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆମେ ଅଶାନ୍ତି ଚାହୁଁ ନାହୁଁ, ଆମେ ଶାନ୍ତି ଚାହୁଁ।  କୌଣସି ଦେଶର ଆତ୍ମ ସମ୍ମାନକୁ ଆଘାତ କରିବାକୁ ଚେଷ୍ଟା କରିନାହୁଁ। ଯଦି କେହି ଭାରତର ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ, ତେବେ ଆମେ ବରଦାସ୍ତ କରିବୁ ନାହିଁ । ଉପଯୁକ୍ତ ଉତ୍ତର ଦେବୁ ।

ଆମେ ଭାରତୀୟ ସେନା ପାଇଁ ଗର୍ବିତ। ସେନା ଗହଣରେ ରହି ଥିବାରୁ ମୁଁ ଗର୍ବିତ। ଆମର ଯବାନମାନେ ଶହୀଦ ହୋଇଛନ୍ତି। ୧୩୦ କୋଟି ଭାରତୀୟଙ୍କୁ ଏହା ଦୁଃଖ ଦେଇଛି । ଭାରତର ନେତୃତ୍ୱ ଶକ୍ତିଶାଳୀ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ପାଇଛୁ ଯିଏ ହେଉଛନ୍ତି ଜଣେ ନିଷ୍ପତ୍ତି ନେଇ ପାରୁଥିବା ପ୍ରଧାନମନ୍ତ୍ରୀ।

ଏହି ଅବସରରେ ସେ ଯବାନମାନଙ୍କ ସହ ଆଲୋଚନା କରିଥିଲେ। ଏପରିକି ତାଙ୍କ ସହ ମିଶି ମିଠା ଖାଇଥିଲେ । ଆଜି ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ ଓ ସିଡିଏସ୍ ବିପିନ୍ ରାୱତଙ୍କ ସହ ଲଦାଖ ଅଂଚଳ ପରିଦର୍ଶନ କରିବାସହ ସେନାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।

Leave a comment

Your email address will not be published. Required fields are marked *