#Crime

୧୦ ଚକିଆ ଟ୍ରକ ଚଢିଯିବାରୁ ଯୁବ ଅଧ୍ୟାପକଙ୍କ ଚାଲିଗଲା ଜିବନ

ଆଠଗଡ,(ଉଲାପ୍ର)ଆଠଗଡ ସହରର ତାଳ ଖମା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଅଧ୍ୟାପକ ଙ୍କ ଚାଲିଯାଇଛି ଜୀବନ, ୧୦ ଚକିଆ ମାଲ ବୋଝେଇ ଟ୍ରକ ମୋଟର ସାଇକେଲ ଆରୋହୀଙ୍କ ଉପରେ ଚଢି ଯିବା ସହିତ ରାସ୍ତା କଡରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ବାଡେଇବାରୁ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟ ଘଟିଛି।ମୃତକ ହେଲେ ତାଳଖମା ଗ୍ରାମର ଗୈରାଙ୍ଗ ଜେନାଙ୍କ ପୁଅ ପ୍ରିୟବ୍ରତ ଜେନା। ପ୍ରିୟବ୍ରତ ଜେନା ଭୂବନେଶ୍ୱର ଟେକ୍ନୋ ଇଞ୍ଜିନିୟର ସ୍କୁଲରେ ଅଧ୍ୟାପକ ଭାବରେ କାର୍ଯ୍ଯ କରୁଥିବା ବେଳେ ଲକଡାଉନ ପାଇଁ ଆଜି ସକାଳୁ ଭୂବନେଶ୍ୱର ରୁ ଘରକୁ ଫେରୁଥିବା ବେଳେ ଘର ଆଉ ମାତ୍ର ୫୦୦ ମିଟର ଥିବାବେଳେ ମାଲବୋଝେଇ ଟ୍ରକ ସିଧାସଳଖ ତାଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।୧୧ କେଭି ବିଦ୍ୟୁତ ଖୁଣ୍ଟ ଟ୍ରକରେ ଲାଗିଥିବାରୁ କେହି ସାହାସ କରି ପାରିନଥିଲେ ଉଦ୍ଧାର କରିବା ପାଇଁ ।ଉଦ୍ଧାର କରିଥିଲେ ହୁଏତ ଜୀବନ ବଞ୍ଚି ଯାଇ ପାରିଥାନ୍ତା ପ୍ରିୟବ୍ରତ ଙ୍କର,ଏକମାତ୍ର ପୁଅକୁ ହରାଇ ବାପା ଗୈରାଙ୍ଗ ଜେନା ପାଗଳ ପ୍ରାୟ ହୋଇ ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଥିବାବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ କୁ ଜବତ କରିବା ସହିତ ଅଗ୍ନିଶମ ବିଭାଗ ଦ୍ବାରା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଆଠଗଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।ତେବେ ରାସ୍ତାର ଉଭୟ ପାର୍ଶ୍ଵରେ ଗଛଗୁଡିକ ଭର୍ତି ଥିବାରୁ ବୁଲାଣି ରେ ଗାଡି ଚଳାଇବା ବେଳେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି, ଗଛଗୁଡିକ କାଟିବା ପାଇଁ ସାଧାରଣରେ ଦାବୀ ହୋଇଛି।

Leave a comment

Your email address will not be published. Required fields are marked *