#Exclusive

ଓଡ଼ିଶାର ଦୀର୍ଘତମ ପୋଲ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି

ବଡମ୍ବା,(ଉଲାପ୍ର)ମହାନଦୀ ରେ ଓଡ଼ିଶାର ଦୀର୍ଘତମ ପୋଲ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି,ମହାନଦୀରେ ତିଆରି ଚାଲିଥିବା ଓଡ଼ିଶାର ସବୁଠାରୁ ବୃହତ୍ତମ “T”ସେତୁ ଭାବେ ପରିଚିତ ହେବାକୁ ଥିବା କଟକ ଜିଲ୍ଲା ଆଠଗଡ ସବ ଡିଭିଜନ ଅନ୍ତର୍ଗତ ବଡମ୍ବା ବ୍ଲକ ଗୋପୀନାଥପୁର ଠାରୁ ବାଙ୍କୀ ବୈଦେଶ୍ୱରକୁ ସିଧାସଳଖ ସଂଯୋଗ ହେଉଛି ଏହି ପୋଲ,ମଝିରେ ପର୍ଯ୍ୟଟନ ସ୍ଥଳୀ ସିଂହନାଥ ପୀଠକୁ t ଆକୃତି ହୋଇ ସଂଯୋଗ କରୁଛି,ଯାହାକି ପର୍ଯ୍ୟଟକ ମାନଙ୍କୁ ନଦୀବଢି ସମୟରେ ବେଶ ଆନନ୍ଦ ଦେବ ଏହି ପୋଲ, ମହାନଦୀ ସେତୁ କାର୍ଯ୍ୟ ଏବେ ଠପ।ମହାନଦୀରେ ଏ ବର୍ଷର ପ୍ରଥମ ବନ୍ୟାଜଳ ଆସିବା ଫଳରେ ସେତୁ କାର୍ଯ୍ୟ ଉପରେ ବଧାସୃଷ୍ଟି ହୋଇଛି।99 ଟି ପିଲାରର ନିର୍ମିତ ହେଉଥିବା ଏହି ପୋଲ 131 କୋଟି 71 ଲକ୍ଷ ଟଙ୍କାର ଏହି ସେତୁ ପ୍ରୋଜେକ୍ଟ ଟି 2018 ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 3 ବର୍ଷର ସମୟ ସୀମା ମଧ୍ୟରେ 2021ରେ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବକଥା କିନ୍ତୁ ମହାମାରୀ କରୋନାର ପ୍ରଭାବ ଏବଂ ମହାନଦୀରେ ବନ୍ୟାଜଳ ଆସିବା ଫଳରେ ସେତୁକାର୍ଯ୍ୟ ଉପରେ ପ୍ରଭାବ ପଡ଼ିବା ସହ ସେତୁ କାର୍ଯ୍ୟ ଏବେ ମନ୍ଥର ଗତିରେ ଚାଲୁରହିଛି। 2014 ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ସେତୁର ଭିର୍ତିପ୍ରସ୍ତର ସ୍ଥାପନ କରିଥିଲେ,2017 ମସିହାରେ କ୍ୟାବିନେଟ ରେ ପାସ ହେବାପରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ଲାଗି ଓଡ଼ିଶାର ଦୀର୍ଘତମ ପୋଲ କୁ ଶୁଭ ପ୍ରଦାନ କରିଥିଲେ, 2018 ମସିହାରୁ ହରିୟାନାର ଏସ୍ପି ସିଂହଲ କନଷ୍ଟ୍ରକସନ କମ୍ପାନୀ ସେତୁ କାର୍ଯ୍ୟକୁ ହାତକୁ ନେଇ ଦ୍ରୁତ ଗତିରେ କାର୍ଯ୍ୟ ଆରାମ୍ଭ କରି କମ୍ପାନୀ 2021 ସୁଦ୍ଧା ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ କରିବ ବୋଲି କମ୍ପାନୀ ଆଶା ରଖିଥିଲା ହେଲେ କରୋନା ର ପ୍ରଭାବ ଏବଂ ବାରମ୍ବାର ମହାନଦୀରେ ବନ୍ୟାଜଳ ଆସିବା ଫଳରେ ସେତୁ କାର୍ଯ୍ୟ ଉପରେ ବାଧାସୃଷ୍ଟି ହେବା ଫଳରେ 2022 ମସିହା ସୁଦ୍ଧା ସେତୁ କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ କରିବ ବୋଲି କମ୍ପାନୀ ଏବଂ ସ୍ଥାନୀୟ ଜନସାଧାରଣ ଆଶାବ୍ୟକ୍ତ କରିଛନ୍ତି।ଏହିସେତୁ ଓଡ଼ିଶାର ପ୍ରଥମ ସୌନ୍ଦର୍ଯ୍ୟପୂର୍ଣ୍ଣ “T”ସେତୁ ।ଯାହା ବ୍ରିଜର ମଧ୍ୟ ଭାଗରୁ 9 ଟି ପିଲରର ସଂଯୋଗ ମହାନଦୀର ମଧ୍ୟ ଭାଗରେ ଥିବି ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥଙ୍କ ପିଠକୁ ଯୋଡିବ। ଯାହା ଓଡ଼ିଶାର ପ୍ରଥମ ସୌନ୍ଦର୍ଯ୍ୟପୂର୍ଣ୍ଣ “T” ସେତୁ ଭାବେ ଓଡ଼ିଶାର ମାନଚିତ୍ରରେ ସଂଯୋଗୀ ସାରଣୀ ଭାବେ ଠିଆ ହେବ।ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଅଦ୍ୟମ ପ୍ରଚେଷ୍ଟାରେ ଏହି ସେତୁ କାର୍ଯ୍ୟଟି ଆରମ୍ଭ ହୋଇଥିଲା।ଏହି ସେତୁ ହେବାଫଳରେ ତ୍ରିକୁଟଧାମ କୁହାଯାଉଥିବା ବାବା ସିଂହନାଥ, ବୈଦ୍ୟନାଥ ଏବଂ ରାମନାଥ। ଭଟ୍ଟାରିକା, ଚମ୍ପାନାଥ,ସାତକୋଶିଆ ପର୍ଯ୍ୟଟନ ଭୁବନେଶ୍ୱର, ନୟାଗଡ଼, ଖୋର୍ଦ୍ଧା, ଅନୁଗୁଳୁ,ଢେ଼ଙ୍କାନାଳ ଜିଲ୍ଲା ଯୋଡି ହେବା ସହ ସମ୍ପୂର୍କ୍ତ ଅଞ୍ଚଳର ସାମାଜିକ,ଅର୍ଥନୈତିକ ଉନ୍ନତିରେ ଏହି ସେତୁ ବେଶ ସହାୟକ ହେବବୋଲି ଆଶା ରହିଛି।ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଏହି ସେତୁ କେବେ ଶେଷ ହେଉଛି ଦେଖିବାକୁ ବାକିରହିଲା।

Leave a comment

Your email address will not be published. Required fields are marked *