#Uncategorized

ଭୁବନେଶ୍ୱର ରେ ଉଚ୍ଚ ପଦାଧିକାରୀ ମାନଙ୍କ ଦ୍ୱାରା କରୋନା ସଚେତନତା

ଭୁବନେଶ୍ୱର(ଉଲାପ୍ର)ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଆକ୍ଟିଭ୍‌ ସର୍ଭେଲାନ୍ସ ଟିମ କରୋନା ସ୍ଥିତି ଯାଞ୍ଚ କରୁଛନ୍ତି, ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ହେଉଛି; ସଚେତକ ଆପ୍‌ କରାଯାଇଛି, ଏହାଦ୍ୱାରା ଉକ୍ତ ୱାର୍ଡରେ କେତେ ଆକ୍ରାନ୍ତ ଜଣାପଡୁଛି; ୬ ଜାଗାରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ କରାଯାଇଛି।ସେହିପରି*ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି, ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି; ଅଣବସ୍ତି ଅଞ୍ଚଳରୁ ୬୫୭ ସଂକ୍ରମିତଙ୍କୁ ଠାବ କରାଯାଇଛି; ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି, ସେମାନେ ଜାଗ୍ରତ ଅଛନ୍ତି*ଭୁବନେଶ୍ୱର ଲୋକେ ଆଉ ଟିକେ ସଚେତନ ହେଲେ ଏ ରୋଗକୁ ଦୁରେଇ ଦେଇ ହେବ।

Leave a comment

Your email address will not be published. Required fields are marked *