#Exclusive #Social #Travel #ରାଜ୍ୟ ଖବର

ଆଠଗଡ ବସଷ୍ଟାଣ୍ଡ ମଡେଲ ବସଷ୍ଟାଣ୍ଡ ହେବାକୁ ଯାଉଛି,ଶୁଭ ପ୍ରଦାନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ(ଉଲାପ୍ର)ଆଠଗଡ ବସଷ୍ଟାଣ୍ଡର ନବିକରଣ ପାଇଁ ଶୁଭ ପ୍ରଦାନ କରିଛନ୍ତି ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଲୋକସଭା ସଦନରୁ ଏହି ବସଷ୍ଟାଣ୍ଡର ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ କଟକ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା,ଆଠଗଡ ପୂର୍ତ୍ତବିଭାଗ ଏସଡିଓ ଜୟନ୍ତ ପ୍ରସାଦ ନାୟକ,ଜେଇ ପ୍ରଭାତ କୁମାର ବେହେରା,କଟକ ଜିଲା ପରିଷଦ ଉପାଧକ୍ଷ ସୁନୀଲ ପରିଡା,ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା,ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ,ଆଠଗଡ ବସ ଷ୍ଟାଣ୍ଡ ର ନବୀକରଣ ପାଇଁ ଢେ଼ଙ୍କାନାଳ ର ଆନନ୍ଦ ଇଂଜିନିୟରିଂ ସଂସ୍ଥା ଟେଣ୍ଡର ନେଇଥିବା

ବେଳେ ୩ କୋଟି ୫୮ଲକ୍ଷ ୩୨ହଜାର ଟଙ୍କା ର ଏହି ପ୍ରକଳ୍ପ ୬ମାସରେ ଶେଷ ହେବ ବୋଲି ଠିକା ସଂସ୍ଥାର ଠିକାଦାର ଆଶା ପ୍ରକଟ କରିଛନ୍ତି,osrtc ର ଏହି ବସ ଷ୍ଟାଣ୍ଡ ପ୍ରଥମେ ୧୯୮୨ ମସିହାରେ ଆଠଗଡ ର ପୂର୍ବତନ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଶୁଭ ପ୍ରଦାନ କରିଥିବା ବେଳେ ୧୯୮୩ମସିହାରେ ଏହି ବସ ଷ୍ଟାଣ୍ଡ ଉଦଘାଟିତ ହୋଇଥିଲା,ପୁଣି ଏହି ବସ ଷ୍ଟାଣ୍ଡ ବନ୍ଦ ହୋଇଯିବା ଫଳରେ ଗଡଜାତ ପରିକ୍ରମାର ଉଦ୍ୟମ କ୍ରମେ ପୂର୍ବତନ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ଗଡନାୟକ ଓ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁନର୍ବାର ଏହି ବସ ଷ୍ଟାଣ୍ଡ କୁ ଉଦଘାଟନ କରିଥିଲେ, ପୁନର୍ବାର ଏହି ବସ ଷ୍ଟାଣ୍ଡ ବନ୍ଦ ହୋଇ ପଡିବା ଫଳରେ ଗଡଜାତ ପରିକ୍ରମା ତରଫରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତଥା ଆଠଗଡ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆନ୍ଦୋଳନ ପାଇଁ ଚେଷ୍ଟା ଚାଲିଥିବା ବେଳେ ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁ ପୁନର୍ବାର ଏହି ବସ ଷ୍ଟାଣ୍ଡ କୁ ଖୋଲା ଯାଇଥିଲା,

ଆଠଗଡ ବସ ଷ୍ଟାଣ୍ଡ୍ର ର ଗୃହ ଭାଙ୍ଗି ରୁଜି ଯିବା ବେଳେ ଗଡଜାତ ପରିକ୍ରମାର ଉଦ୍ୟମ ଓ ଉଦୟଲାବଣ୍ୟ ରେ ବାରମ୍ବାର ଖବର ପ୍ରସାରଣ ପରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁ ଆଜି ଆଠଗଡ ବସ ଷ୍ଟାଣ୍ଡ ଏକ ମଡେଲ ବସ ଷ୍ଟାଣ୍ଡ ରୂପେ ରୂପାନ୍ତରିତ ହେବାକୁ ଯାଉଛି,ଏହି ବସ ଷ୍ଟାଣ୍ଡର ଫଟୋଗ୍ରାଫି ଦେଖିଲେ ଲାଗୁଛି ଏହା ଏକ ଉନତ ମାନର ବସଷ୍ଟାଣ୍ଡ୍ ହେବାକୁ ଯାଉଛି,ଏହି ବସ ଷ୍ଟାଣ୍ଡ ଭିତରେ ବସ ପାର୍କିଂଗ କରିବା ପାଇଁ ସ୍ଥାନ ରହିବା ସହିତ ଦୋକାନ ରହିବ ବୋଲି ଟେଣ୍ଡର ନେଇଥିବା ସଂସ୍ଥା ପ୍ରକାଶ କରିଛି,କଟକ ଜିଲାରେ ଏହା ଏକ ମଡେଲ ବସ ଷ୍ଟାଣ୍ଡ ହେବାକୁ ଯାଉଛି ଆଠଗଡ ବସଷ୍ଟାଣ୍ଡ।

Leave a comment

Your email address will not be published. Required fields are marked *