#Uncategorized

କଂଗ୍ରେସ ନେତା ସୁଧାକର ପତ୍ରିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଆଠଗଡ,(ଉଲାପ୍ର)ଆଠଗଡ ର ବରିଷ୍ଠ କଂଗ୍ରେସ ନେତା ସୁଧାକର ପତ୍ରିଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଠଗଡ କଂଗ୍ରେସ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇ ଯାଇଛି, ଏଥିରେ ଆଠଗଡ କଂଗ୍ରେସ ନେତା ଉମା ବଲଭ ରଥ ସଭାପତିତ୍ୱ କରିବା ସହିତ ସୁଧାକର ପତ୍ରି ଆଠଗଡ କଂଗ୍ରେସ ପାଇଁ ଏକ ଆସେଟ ଥିଲେ ଵୋଲି କହିବା ସହିତ ତାଙ୍କ ଯୋଗୁ ନ ବେଢ଼ା ଅଞ୍ଚଳରେ ଦଳ ବେଶ ସଂଗଠିତ ଥିଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲଭ ପଟ୍ଟନାୟକଙ୍କ ସେ ଏକାନ୍ତ ଅନୁଗତ ଥିଲେ ବୋଲି ଶ୍ରୀ ରଥ ଅବିହିତ କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ସଦାନନ୍ଦ ପଟ୍ଟନାୟକ, ପୂର୍ବତନ ଶିକ୍ଷକ ନେତା ସୁରେଶ ଚନ୍ଦ୍ର ପରିଡା,ସୁନୀଲ ସୁତାର,ସୁଦର୍ଶନ ସାହୁ,ମଙ୍ଗୁଳି ଚରଣ ପାଣି,ତଥା କଂଗ୍ରେସ କୁ ଭଲ ପାଉଥିବା କିଛି କଂଗ୍ରେସ କର୍ମୀମାନେ ଦୂରତା ରକ୍ଷାକରି କରୋନା ସମୟରେ ସରକାରଙ୍କ ଗାଇଡ଼ ଲାଇନ କୁ ମାନି ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *