#Exclusive #Tourism & Cultire #Tradition & Religion

ଶ୍ରାବଣ ମାସ ସରିଲା,ଖାଁ ଖାଁ ରେ ରହିଗଲେ ବାବା ଧବଳେଶ୍ବର

ଆଠଗଡ(ଉଲାପ୍ର)କାର୍ତ୍ତିକ ମାସ ପରି ଶ୍ରାବଣ ମାସ ମଧ୍ୟ ହିନ୍ଦୁମାନଙ୍କର ଧର୍ମ ମାସ,ହେଲେ ଶ୍ରାବଣ ମାସରେ ସବୁକିଛି ବିଗାଡି ଦେଇଛି କରୋନା,ଆଉ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,ନାଁ ଭକ୍ତ ଆସିଛନ୍ତି ନାଁ ପୂଜକ ମାନେ କିଛି ରୋଜଗାର କରି ପାରିଛନ୍ତି,ତଥାପି ଗତ ପାଂଚମାସ ହେଲା ବଡ କଷ୍ଟ ସ୍ୱୀକାର କରି ବାବାଙ୍କ ପୀଠରେ ନୀତି କାନ୍ତିରେ କୌଣସି ହେଳା କରି ନାହାନ୍ତି ପୂଜକ ମାନେ,ବର୍ଷକ ଯାକ ଆୟ ଏହି ଶ୍ରାବଣ ମାସରେ ପୂଜକ ମାନେ ରୋଜଗାର କରିଥାନ୍ତି

,ହେଲେ ପୂଜକ ମାନଙ୍କ ରୋଜଗାରରେ ଯେମିତି ଲାଗି ଯାଇଛି ଗ୍ରହଣ,ଶ୍ରାବଣ ମାସରେ ପାଞ୍ଚଦିନ ସୋମବାର ପଡ଼ିଥିଲେ ମଧ୍ୟ ପିଠକୁ କୌଣସି କାଉଡ଼ିଆ ଭକ୍ତଙ୍କ ଆଗମନ ଘଟି ନଥିଲା,ପୀଠ କୁ କରୋନା ପାଇଁ ସମ୍ପୂର୍ଣ କଟକଣା କରାଯାଇଥିବା ଯୋଗୁ ଭକ୍ତ କିମ୍ବା କାଉଡ଼ିଆ ମାନେ କେହିବି ଆସିନଥିଲେ,ଯାହା ଫଳରେ ପୂଜକ ସମାଜ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି,ଧବଳେଶ୍ବର ମନ୍ଦିର ଏକ ଟ୍ରଷ୍ଟ ବୋର୍ଡ ହୋଇଥିଲେ ମଧ୍ୟ ଗତ ପାଂଚମାସ ଧରି ପୂଜକ ମାନଙ୍କ ପରିବାରକୁ କୌଣସି ସହଯୋଗ କରିନାହିଁ ଆଠଗଡ ଦେବୋତ୍ତର ବିଭାଗ,ଯାହା ଫଳରେ ପୂଜକ ମାନେ ନିଜ ପରିବାର ସହିତ ବହୁ ଅସୁବିଧା ମଧ୍ୟରେ କାଳାତିପାତ କରୁଛନ୍ତି,ଏ ସମ୍ପର୍କରେ ପୂର୍ବରୁ ଅନେକ ବାର ବିଭିନ୍ନ ବୈଠକ ରେ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ତରଫରୁ ଦାବି କରି ଆସିଥିଲେ ମଧ୍ୟ ତୁରନ୍ତ ଧବଳେଶ୍ବର ପୂଜକ ସମାଜ ପରିବାରକୁ ସରକାର ସହଯୋଗ କରିବା ପାଇଁ ଉଦୟ ଲାବଣ୍ୟ ତରଫରୁ ଦାବି କରାଯାଉଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *