#Blog #Exclusive #Headlines #Tourism & Cultire #ରାଜ୍ୟ ଖବର

ଆଠଗଡ ଚାଷୀ ରାଜ ରାସ୍ତାରେ,ଅଭାବି ବିକ୍ରିର ସମ୍ମୁଖିନ

ଆଠଗଡ(ଉଲାପ୍ର)ଗୋଟିଏ ପଟେ କରୋନା ସହିତ ସମସ୍ତେ ଜୁଝୁଥିବା ବେଳେ ଅନ୍ୟ ପଟେ ଚାଷୀ ହାତ ବାନ୍ଧି ବସି ସାରିଲାଣି,ଏ ଦୃଶ୍ୟ ହେଉଛି ଆଠଗଡ ମୁଣ୍ଡଳି ରାସ୍ତାର ଛତାବର ଗ୍ରାମ ରାସ୍ତାକଡ ର ଦୃଶ୍ୟ,ଲକଡାଉନ,ସଟଡାଉନ ଜାରି ରହିଥିବା ବେଳେ ପରିବା ବେପାରୀ ଆଉ ଚାଷୀଙ୍କ ନିକଟକୁ ଆସୁନାହାନ୍ତି,ଯାହା ଫଳରେ ଚାଷୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା କଡରେ ଭୟଭୀତ ହୋଇ ପନି ପରିବା ବିକ୍ରି କରୁଛନ୍ତି, ଅନ୍ୟପଟେ ଚନ୍ଦକା ହାତୀପଲ

ଙ୍କ ଦୌରାତ୍ମ ଯୋଗୁ ବିଲ ବାଡ଼ି ଉଜାଡ଼ିଲେଣି ହାତୀପଲ,ବନବିଭାଗ କ୍ଷତିପୂରଣ ଦେଉନି ହେଲେ ଚାଷୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କଲାବେଳେ ବନବିଭାଗ ହାତୀ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉନାହିଁ,ପୂର୍ବରୁ ଚାଷୀଙ୍କ ବିଲ ନିକଟକୁ ବେପାରୀ ଆସୁଥିବା ବେଳେ ଏବେ ବେପାରି ନ ଆସିବା ଯୋଗୁ ଚାଷି ଅଭାବୀ ବିକ୍ରିର ସମ୍ମୁଖିନ ହେଲାଣି,ଭେଣ୍ଡି,ଜନି,କାକୁଡି,କଲରା ଦର କେଜି ପିଛା ୧୦ ଟଙ୍କାରେ ମିଳୁଥିଲେ ମଧ୍ୟ ଖାଉଟି କେହି ଆସୁ ନାହାନ୍ତି କିମ୍ବା ଚାଷୀ ମାନେ ପରିବା ତୋଳି କ ରୋନା ଭୟରେ ଆଠଗଡ ଯାଉ ନାହାଁନ୍ତି ବିକ୍ରି କରିବାକୁ,ଆଠଗଡ ରେ କୃଷି ବିଭାଗ ଥାଇ ମଧ୍ୟ ଚାଷୀଙ୍କ ପାଇଁ କୌଣସି କାର୍ଯ୍ୟରେ ଆସୁ ନାହିଁ,କୃଷି ବିଭାଗର କରୋନା ବେଳେ ଚାଷୀଙ୍କ ପାଇଁ କଣ କାମ କରୁଛି କିଛି ଜଣା ପଡୁନାହି,ସବୁଠାରୁ ଅଧିକ କଷ୍ଟ ଦେଇଛି ଚାଷୀଙ୍କୁ ଆଠଗଡ ରେ ସିତଲଭଣ୍ଡାର ନଥିବା ଯୋଗୁ ଚାଷୀ ବର୍ତ୍ତମାନ ଅଭାବି ବିକ୍ରିର ସମ୍ମୁଖିନ ହୋଇଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *