#Special Story

ଜୀବନ ଜୀବିକାରେ ହାରି ଯାଇନାହାନ୍ତି ବଂଶୀଧର


ଆଠଗଡ(ଉଲାପ୍ର) ଆଠଗଡ ସହର କନ୍ତଲର ବଂଶୀଧର ପ୍ରଧାନ ।ପେସାରେ ଜଣେ ସିଲେଇ ମିସ୍ତ୍ରୀ, ସେ ଦୀର୍ଘ ୩୫ବର୍ଷ ଧରି ସିଲେଇ କାମ କରି ଆସୁଛନ୍ତି ଆଠଗଡ ରେ,ହେଲେ ଲକଡାଉନ ସତେ ଯେମିତି ତାଙ୍କ ହସ ଖୁସିର ସଂସାର ଉପରେ ସତେ ଯେମିତି ବାଧା ସୃଷ୍ଟି କରି ଦେଇଛି,କରୋନା ଯୋଗୁ ସବୁ ଆଡେ ଲକଡାଉନ ଓ ସଟଡାଉନ ହେବା ଯୋଗୁ ଦୋକାନ ବଜାର ବନ୍ଦ ରହିଲା,ଯାହା ଫଳରେ ସିଲେଇ କାରୀଗରଙ୍କ ହାତକୁ ଆଉ କାମ ଆସିଲା ନାହିଁ,ଯାହା ଫଳରେ ଏକ ମାସ ପର୍ଯ୍ୟନ୍ତ ବହୁ ଦୁଃଖ କଷ୍ଟରେ ୪ପ୍ରାଣୀ କୁଟୁମ୍ବ ଙ୍କୁ ନେଇ ବହୁ କଷ୍ଟରେ ଚଳି ବାକୁ ପଡିଲା,ଯାହାବି ସଞ୍ଚିତ ଧନ ପାଖରେ ରଖିଥିଲେ ତା ସରିବାକୁ ଲାଗିଲା,ଶେଷରେ କିଛି ଉପାୟ ନ ପାଇ ନିଜ ଘରେ ଥିବା ଗ୍ୟାସ ଓ ଚୁଲାକୁ ବ୍ୟବହାର କରିବା ପାଇଁ ମନ ବଳେଇଲେ,ଆଉ ନିଜ ଘର ଆଗରେ ଗୋଟିଏ ପାଲ ଟାଙ୍ଗି ବରା, ପକୁଡି,ପିଆଜି ଛାଣି ବିକିବା ପାଇଁ ନିଷ୍ପତ୍ତି ନେଲେ,ଶେଷରେ ସେ ଗତ ପାଞ୍ଚ ମାସ ହେଲା ଏହି ବ୍ୟବସାୟ କରି ନିଜ ପରିବାର ଭରଣ ପୋଷଣ କରି ଆସୁଛନ୍ତି,ଆଉ ଜୀବନ ବଞ୍ଚିଛି ଆଉ ଜୀବିକା ମଧ୍ୟ ବଞ୍ଚାଇ ପାରିଛନ୍ତି,ଜୀବନ ଜୀବିକାରେ କେବେହେଲେ ହାରି ନଯାଇ ନିଜକୁ ଦୃଢ କରି କରୋନା ଲଢେଇ ରେ ଜୀବନ ବଞ୍ଚିଛି ଓ ଜୀବିକାକୁ ମଧ୍ୟ ବଞ୍ଚାଇ ପାରିଛନ୍ତି,ଏହି ବ୍ୟକ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *