#District

ଆଠଗଡ କନ୍ଦରପୁର ପଞ୍ଚାୟତ ରେ ପାଇଖାନା ଖାଇଗଲେ କୁଜି ଠିକାଦାର


ଆଠଗଡ(ଉଲାପ୍ର)ଏ ରାଜ୍ୟରେ ସବୁ ଖାଇଗଲେ,କଣ ଖାଇଗଲେ,ଖାଦ୍ୟ ନୁହେଁ ପାଇଖାନା,ଏ କଳିଯୁଗରେ ପାଇଖାନା ଯୋଉଠି ମଳ ତ୍ୟାଗ କରିବା କଥା ତାକୁ ଖାଇବାକୁ ପଛାଉ ନାହାନ୍ତି ଠିକାଦାର ମାନେ,ଏ ଘଟଣା ଘଟିଛି ଆଠଗଡ ବ୍ଲକ କନ୍ଦରପୁର ପଞ୍ଚାୟତ ରେ,ପଞ୍ଚାୟତ ର କନ୍ଦରପୁର ଓ ନଣ୍ଡାଇଲୋ ମୌଜା ରେ ଗତ କିଛିମାସ ହେବ ଚଉଦ ଘରିଆର ଜଣେ ପାଇଖାନା ଠିକାଦାର ୨୦ରୁ ଅଧିକ ପାଇଖାନା କରି ଟଙ୍କା ଖାଇ ଯାଇଛି,ଆଉ ଏହି ସବୁ ପାଇଖାନା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ଠିକା

ଦାର କୁ ଖୋଜିଲେ ଠିକାଦାର ଆଉ ମିଳୁ ନାହାନ୍ତି,ଦେଖନ୍ତୁ ଥରେ ଏହି ଦୃଶ୍ୟକୁ ପାଇଖାନା ଘରେ କବାଟ ନାହିଁ,ପାଇଖାନା ଟାଙ୍କି ବସିନି, ହେଲେ ସ୍ୱଚ୍ଛ ଭାରତ ମିଶନ ଟଙ୍କାକୁ ପୁରା ଚଳୁ କରି ଦେଇଛନ୍ତି,ଏ ଟଙ୍କା ହେଉଛି କେନ୍ଦ୍ର ସରକାରଙ୍କ ର,ଏଠି ବିଜେପି ଦଳ ଲୋକଙ୍କୁ ସଚେତନ କରି ନପାରିବା ଯୋଗୁ ଆଜି ଟାଉଟର, ଠିକାଦାର ମାନେ ପାଇଖାନା କୁ ଖାଇବାକୁ ମଧ୍ୟ ପଛାଇ ନାହାଁନ୍ତି, ଏ ଲୋକ ଗୁଡାକ କେବେ ହେବେ ସଚେତନ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *