#ରାଜ୍ୟ ଖବର

ସ୍କୁଲ ପାଚେରି ଭାଙ୍ଗି ମାର୍କେଟ କମ୍ପ୍ଲେକ୍ସ କରିବା ନେଇ ଫାଣ୍ଡିରେ ଅଭିଯୋଗ


ନରସିଂହପୁର(ଉଲାପ୍ର) କଟକ ଜିଲା ନରସିଂହପୁର ବ୍ଲକ ର କମଳାଡ଼ିହ ପଞ୍ଚାୟତ ର ଚିନ୍ତାମଣି ବିଦ୍ୟାପୀଠ ର ପାଚେରି ଭାଙ୍ଗି କିଛି ରାଜନୈତିକ ଦଳ କାମକରିବା ସହ ସେହିଠାରେ ମାର୍କେଟ କମ୍ପ୍ଲେକ୍ସ ତିଆରି କରିବାକୁ ନେଇ ଆଜି ଯୋଡୁମୁ ଫାଣ୍ଡିରେ ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ ଯେ ନରସିଂହପୁର ଜୁଡୁମୁ ଫାଣ୍ଡି ଅଧିନସ୍ଥ କମଳାଡିହ ପଞ୍ଚାୟତ ରେ ଥିବା ଚିନ୍ତାମଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ଥିବା ପାଚେରୀକୁ ଭାଙ୍ଗି ସେହି ପଞ୍ଚାୟତ ର କିଛି ରାଜନୈତିକ ବ୍ୟକ୍ତି ଜୋର ଜବରଦସ୍ତ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ବାରଣ କରିବା ସତ୍ତ୍ଵେ ବିଦ୍ୟାଳୟ ପାଚେରୀ ଭାଙ୍ଗି 1ସେଠାରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରିବା ପାଇଁ

ଆରମ୍ଭ କରିଛନ୍ତି କାର୍ଯ୍ୟ।ପ୍ରଧାନଶିକ୍ଷକ ବାରଣ କରିବା ପରେ ମଧ୍ୟ ଉକ୍ତ ବ୍ୟକ୍ତି ମାନେ ଅମାନିଆ ହେବାରୁ ପ୍ରଧାନ ଶିକ୍ଷକ ଦାମୋଦର ସାହୁ ଜିଲିଣ୍ଡା ଫାଣ୍ଡିରେ ନିଜର ସୁରକ୍ଷା ସହ ପାଚେରୀ ର ସୁରକ୍ଷା ପାଇଁ ଅଭିଯୋଗ କରିଛନ୍ତି।ତେବେ କାହା ନିର୍ଦେଶରେ ଓ କାହା ବଳରେ ସରକାରୀ ସ୍କୁଲର ପାଚେରୀକୁ ରାଜନୈତିକ ବ୍ୟକ୍ତି ମାନେ ଭାଙ୍ଗିଲେ କିଏ ରହିଛି ପରଦା ପଛର ନାୟକ।ତେବେ ପ୍ରଶାସନ

ଏଥିପ୍ରତି ଦୃଷ୍ଟି ଦେଇ ପାଚେରୀ ଭାଙ୍ଗିଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି। ଏ ବିଷୟରେ ଡି ଇ ଓ ଙ୍କୁ ପଚାରିବାରୁ ମୁଁ ଏବିଷୟରେ କିଛି ଜାଣିନାହିଁ ବୁଝିଲେ ଜଣାଇବି ବୋଲି ସୂଚନା ଦେବା ସହ ନରସିଂହପୁର ବିଡ଼ିଓ ପ୍ରଶାନ୍ତ କୁମାର ତରାଇ ଙ୍କୁ ଭେଟିଥିଲେ ମଧ୍ୟ୍ୟ କରେନା ଆଳ ଦେଖାଇ ଖସିଯିବାସହ କିଛି କହିବାକୁ ରୋକ ଠୋକ ମନା କରିଦେଇଛନ୍ତି।

Leave a comment

Your email address will not be published. Required fields are marked *