#State #Tourism & Cultire #ରାଜ୍ୟ ଖବର

ଧବଳେଶ୍ବର ମନ୍ଦିରରେ ଆଜିଠାରୁ ପୂଜକ ମାନେ ଆରମ୍ଭ କଲେ ଧର୍ମଘଟ


ଆଠଗଡ(ଉଲାପ୍ର)କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ରାଜ୍ୟରେ ଜୁନ ମାସରୁ ଦେବାଦେବୀ ମନ୍ଦିର କ ରୋନା କଟକଣା ମଧ୍ୟରେ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଦେବାଦେବୀ ମନ୍ଦିର ଖୋଲିବା ପାଇଁ ସରକାର ଅନୁମତି ଦେଉନାହାନ୍ତି, ଏହାକୁ ବିରୋଧ କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ,ଏ ସମ୍ପର୍କରେ ଏକ ଦାବିପତ୍ର ଦେବୋତ୍ତର ଆୟୁକ୍ତ ଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସେବାୟତ ସଂଘ,ଯେଉଁ ମନ୍ଦିର ଗୁଡିକ ରାଜ୍ୟ ଦେବୋତ୍ତର ଅଧୀନରେ ରହିଛି ଗତ ସାତମାସ ଧରି ଏହି ମଂଦିର ଗୁଡିକ ବନ୍ଦ ହୋଇ ରହିବା ଯୋଗୁ ସେବାୟତ ମାନେ ଆର୍ଥିକ ସଂକଟର ସମ୍ମୁଖିନ ହୋଇଛନ୍ତି,ଯାହାକି ସେମାନଙ୍କ ପକ୍ଷେ ପରିବାର ଚଳାଇବା ପାଇଁ ବହୁ କଷ୍ଟକର ହୋଇପଡ଼ିଲାଣି,ସରକାରଙ୍କ ତରଫରୁ କୌଣସି ସହାୟତା ନ ମିଳିବା ଯୋଗୁ ଏବେ ସେବାୟତ ମାନେ ଏକ କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି, ଆଜିଠାରୁ ଦେବୋତ୍ତର ଅଧୀନରେ ଥିବା ସମସ୍ତ ସେବାୟତ ମାନେ ନିଜନିଜ ମନ୍ଦିର ଆଗରେ ଧର୍ମଘଟ କରିବା ଆରମ୍ଭ କରିଛନ୍ତି,ସେମାନଙ୍କ ଦାବି ହେଉଛି କ ରୋନା କଟକଣା ମଧ୍ୟରେ ମନ୍ଦିର ଖୋଲାଯାଉ ଓ ସେବାୟତ ମାନଙ୍କୁ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ,ନଚେତ ଆଗାମୀ ଦିନରେ ସେବାୟତ ମାନେ ମନ୍ଦିରର ନୀତିକାନ୍ତି ବନ୍ଦ କରିବାକୁ ପଛାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Leave a comment

Your email address will not be published. Required fields are marked *