#Education & Job #Headlines #Health #Lifestyle #National #Others #Politics #Science & Techologies

ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର କଲେ ଅଦାଲତ ର ଆଶ୍ରୟ ନେବି ବୋଲି କହିଲେ ନିରୁପାସିଂ


ପଦ୍ମପୁର,(ଉଲାପ୍ର)
ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଆଜି ନିରୂପା ସିଂ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ ଉପାୟରେ ହଇରାଣ ହରକତ କରିବା ସହ ତାଙ୍କ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି ଓ ସରକାରୀ ଦଳରେ ସାମିଲ ହୋଇଯିବା ପାଇଁ ଚାପ ସୃଷ୍ଟି କରୁଛନ୍ତି । ପାଇକମାଲ ବିଡିଓ, ଜେଇ ,କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଲି ଭାବେ ଅନେକ କାର୍ଯ୍ୟରେ ତାଙ୍କୁ ହଇରାଣ କରୁଥିବା ବିଷୟ ବରଗଡ଼ ଜିଲ୍ଲାପାଳ ଏପରିକି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଜଣାଇଥିଲି । ପଞ୍ଚାୟତ କାର୍ଯ୍ଯଳୟ ରୁ କେଶବୁକ ଠୁଁ ଆରମ୍ଭ କରି ସମସ୍ତ କାଗଜ ପତ୍ର ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ତାଲାବନ୍ଦ କରି ରଖୁଥିଲେ ଓ ମୋତେ ଦସ୍ତଖତ ଦେବା ପାଇଁ ଯୋଗାଇ ଦେଉ ନଥିବା ବେଲେ କେଶବୁକ ରେ ଦସ୍ତଖତ ନ ଦେବାର ଅଭିଯୋଗ ସହ NREGS କାମ ନିଜେ ବିଡିଓ ଫାଇଲ ଖୁଲି ଶ୍ରମିକ ମାନଙ୍କୁ ପଇସା ପୈଠ କରିଥିବା ବେଳେ ମୁଁ କିଭଲି ଦୋଷୀ ହେଲି ବୋଲି ନିରୁପାସିଂ ପ୍ରଶ୍ନ କରିଛନ୍ତି । ଜନ ସାଧାରଣଙ୍କ ଦ୍ବାରା ନିର୍ବାଚିତ ମୋ ପରି ଜଣେ ମହିଳା ସରପଞ୍ଚଙ୍କୁ ଅନ୍ଯାୟ ଭାବରେ ସରକାର ସସପେଣ୍ଡ କରିଥିବାରୁ ସରକାର ଙ୍କ ଏହି ଅନ୍ଯାୟ ବିରୁଦ୍ଧରେ ଖୁବ୍ ଶ୍ରୀଘ୍ର ମାନ୍ୟବର ଉଚ୍ଚ ନ୍ଯାୟର ଦ୍ବାରସ୍ଥ ହେବି ଓ ମାନ୍ୟବର ଉଚ୍ଚ ନ୍ଯାୟଳୟ ମୋତେ ନ୍ଯାୟ ଦେବେ ବୋଲି ଆଶା କରୁଛି ବୋଲି ନିରୁପାସିଂ ଆଶା ବ୍ଯକ୍ତ କରିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *