#Slider

ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ରେ ଅନୁଷ୍ଠିତ,ଏଟିବିଏନ ରତ୍ନ ପାଇଲେ ଅଡେଇତ ପଣ୍ଡା,ତ୍ରିଲୋଚନ ମହାପାତ୍ର


ନୂଆପାଟଣା(ଉଲାପ୍ର)ଆଠଗଡ ଉପଖଣ୍ଡର ଏକମାତ୍ର ଓକିଲ ସଂଘ ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି, ସଙ୍ଘର ସଭାପତି ଫଣି ଭୂଷଣ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ର ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା ଓ ନରସିଂହପୁର ର ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ମହାପାତ୍ର ଙ୍କୁ ଏଟିବିଏନ ରତ୍ନ ଭାବେ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଉତ୍ସଭ ରେ ଅନ୍ୟମାନଙ୍କ ମଧ୍ୟରେ ବଡମ୍ବାର ବରିଷ୍ଠ ଆଇନଜୀବୀ ହରିହର ବଳବନ୍ତ ରାୟ, ଉପଦେଷ୍ଟା ଜ୍ଞାନେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସଂଘକୁ ଆଗକୁ ବଢାଇବାକୁ ପରାମର୍ଶ ଦେଇଥିଲେ,ଚଳିତବର୍ଷ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ସଙ୍ଘର ସଭାପତି ଫଣି ଭୂଷଣ ରଥ ବରିଷ୍ଠ ଆଇନଜୀବୀ ଙ୍କୁ ଏଟିବିଏନ ରତ୍ନ ଭାବେ ସମର୍ଦ୍ଧିତ କରିଥିଲେ, ସଭାରେ ଉପସଭାପତି ଜ୍ଞାନେନ୍ଦ୍ର ମିଶ୍ର ଯୋଗଦେଇ କହିଲେ ସଙ୍ଘ ଦୁଇଭାଗ ହୋଇଯାଇଥିଲେ ମଧ୍ୟ ଏବେବି ସଂଘକୁ ଏକ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ, ସଭାରେ ଅଦେଇତ ଚରଣ ପଣ୍ଡା,ତ୍ରିଲୋଚନ ମହାପାତ୍ର ସମ୍ବର୍ଦ୍ଧିତ ହେବା ପରେ ସେ କହିଥିଲେ ଏହି ସଙ୍ଘ ଆହୁରି ଆଗକୁ ଆଗକୁ ବଢିବ ଓ ଫଣିଭୂଷଣ ରଥ ଏହାର ସାରଥୀ ହୋଇ ଲଢ଼ୁଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ ବ୍ୟକ୍ତି ମାନେ କୃତଜ୍ଞତା ପ୍ରକାଶ କରିଥିଲେ,ସଭାରେ ସମ୍ପାଦକ ନଗେନ୍ଦ୍ର ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ,ସଭାରେ ସଭାପତି ଫଣି ଭୂଷଣ ରଥ ବକ୍ତବ୍ୟ ପ୍ରଦାନ କରି କହିଲେ ଏହି ସଙ୍ଘ ମୋର ନୁହେଁ ସଙ୍ଘ ହେଉଛି ଆପଣମାନଙ୍କର,ଆପଣମାନେ ସଂଘ ରେ ଯୋଉପର୍ଯ୍ୟନ୍ତ ଥିବେ ସଙ୍ଘ ସେ ପର୍ଯ୍ୟନ୍ତ ଚାଲିଥିବ,ଯୋଉମାନେ ଆମ ଠାରୁ ଅଲଗା ହୋଇଯାଇଛନ୍ତି ସେମାନଙ୍କୁ ମୁଁ ପୁନର୍ବାର ଅନୁରୋଧ କରୁଛି ସେମାନେ ସଙ୍ଘ ଭିତରକୁ ଆସିଲେ ଆମେ ସେମାନଙ୍କୁ ସ୍ୱାଗତ କରିବୁ ବୋଲି କହିଥିଲେ,ତିଗିରିଆ ଓକିଲ ସଂଘର ଆୟୋଜନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଶେଷରେ କୋଷାଧ୍ୟକ ବିଷ୍ଣୁ ପ୍ରସାଦ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ, ସଭାରେ ଭୁବନେଶ୍ୱର ଓକିଲ ସଂଘର କର୍ମକର୍ତା ସଂଗୀତା ପଟ୍ଟନାୟକ, ପାର୍ଥ ସାରଥୀ ପଟ୍ଟନାୟକ ,ଜଗଦାନନ୍ଦ ତ୍ରିପାଠୀ,ପ୍ରକାଶ କୁମାର ସେଠୀ,ପ୍ରମୋଦ ରାୟ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ,ଆଠଗଡ, ତିଗିରିଆ, ବଡମ୍ବା,ନରସିଂହପୁର, ଢେଙ୍କାନାଳ, ଭୁବନେଶ୍ବର, ବାଙ୍କୀ ପ୍ରଭୁତି ଅଞ୍ଚଳରୁ ଓକିଲ ମାନେ ସଭାରେ ଯୋଗଦେଇଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *