#Uncategorized

ଇମ୍ଫା ଠିକା ଶ୍ରମିକ ମାନଙ୍କର ପୁରୁଣା କମିଟିର ଅବହେଳା ଯୋଗୁଁ ନୂତନ କମିଟି ଗଠନ

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦାପଡା ପଞ୍ଚାୟତ ପୋଲିପିଣ୍ଡା ଗ୍ରାମର ଅମ୍ବାତଟା ଠାରେ କରନା କଟକଣା କୁ ଆଖିରେ ରଖି ଇମ୍ଫା କମ୍ପାନୀ ର ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହଇଯାଇଛି |ଉକ୍ତ ବୈଠକରେ ଧୀମାନ ଜିତୁ ଯାକେଶିକା (ଜିଲ୍ଲା ସଭାପତି ବି. ଏସ. ପି ), ଭାସ୍କର ମୁଟିକା, ବିଶି ଟାକ୍ରୀ, ପ୍ରସାଦ କୁଟ୍ରୁକା, ଶିବ ପ୍ରାସ୍କା ଯୋଗ ଦେଇ ଇମ୍ଫା ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ ଏବଂ ଠିକା ଶ୍ରମିକ ମାନଙ୍କ ଦ୍ଵାରା ଗତ ୨୦୧୮ ରେ ହୋଇଥିବା ଆନ୍ଦୋଳନ ପରେ ଶ୍ରମିକମାନଙ୍କ ଦ୍ଵାରା ପ୍ରସାଦ ବିଡ଼ିକା (ସଭାପତି ), ନିତୁ ବିଡ଼ିକା (ଉପସଭାପତି ), ରବି ହିକକା (ସମ୍ପାଦକ )ଙ୍କୁ ଚୟନ କରାଯାଇଥିଲା କିନ୍ତୁ ଏହି ସଦସ୍ୟମାନେ ଠିକା ଶ୍ରମିକମାନଙ୍କର କୌଣସି ସମସ୍ୟା ର ସମାଧାନ କରୁନଥିଲେ ବୋଲି ଶ୍ରମିକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତେଣୁ ତାଙ୍କୁ ବାଦ ଦେଇ ପୁଣି ଥରେ ନୂତନ ଶ୍ରମିକ ସଂଘ ଗଠନ କରାଯାଇଛି | ଯେଉଁଥିରେ କି ସଭାପତି ପ୍ରସାଦ ବିଡିକା ଙ୍କୁ ବାଦ ଦେଇ ନୂତନ ସଭାପତି ହରିନନ୍ଦ କାଡ୍ରାକା, ଉପସଭାପତି ରବି ଅଟକା, ସମ୍ପାଦକ ସହଦେଵ ନାଗ ଙ୍କୁ ଚୟନ କରାଯାଇଥିଲା।ଏହି ବୈଠକ କୁ ନୀଳାଞ୍ଚଳ ହିମ୍ରିକା (ବିର୍ସା ଆମ୍ବେଦକର କମିଟିର ସମ୍ପାଦକ )ସୁପରିଚାଳନା କରିଥିଲେ |

Leave a comment

Your email address will not be published. Required fields are marked *