#Uncategorized

ରାୟଗଡା ଜିଲ୍ଲା ନ୍ୟାୟାଳୟ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ ।

ରାୟଗଡା(ଉଲାପ୍ର) ରାୟଗଡା ସିଭିଲ୍ କୋର୍ଟ ପରିସରରେ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଭିଡିଓ କନଫରେନ୍ସ୍ ମାଧ୍ୟମରେ ସେବା କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହି ଇ-ସେବା କେନ୍ଦ୍ର ଆରମ୍ଭ ହେବା ପରେ ଲୋକେ ମାଗଣାରେ ଆଇନସେବା ପାଇପାରିବେ ବୋଲି କୁହାଯାଇଛି । ସେହିପରି ମକଦ୍ଦମାର ସ୍ଥିତି,ପରବର୍ତ୍ତୀ ଶୁଣାଣୀ ତାରିଖ ଏବଂ ଅନ୍ୟ ତଥ୍ୟ ପାଇପାରିବେ । ସେହିପରି ସାର୍ଟିଫିକେଟ୍ କପି,ଇ-ପେମେଣ୍ଟ କରିବାର ସହାୟତା,ଜେଲ୍ ରେ ବନ୍ଦଥିବା କଏଦୀଙ୍କ ସହ ଇ-ମୁଲାକାତ ସାକ୍ଷାତ ଓ ନ୍ୟାୟାଳୟର ରାୟ ଓ ଆଦେଶ ଗୁଡିକ ଇ-ମେଲ୍ ହ୍ବାଟସଅପ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ମାଧ୍ୟମରେ ମିଳିପାରିବ ବୋଲି କୁହାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଜର୍ଜ ଚିତ୍ତରଂଜନ ଦାସ,ପୋକସୋ ଜର୍ଜ ତ୍ରିରଂଜନ ପାତ୍ର,ପାରିବାରିକ ଅଦାଳତର ଜର୍ଜ ଅଶିଷ୍ ପାତ୍ର,ସବ୍ ଜର୍ଜ ଶତରୂପା ଶତପଥୀ,ଏସଡିଜେଏମ୍ ରାଜେନ୍ଦ୍ର କୁମାର ଦାସ,ରାୟଗଡା ବାର୍ ଆସୋସିଏସନ୍ ର ସଭାପତି ବ୍ରଜସୁନ୍ଦର ନାୟକ ଓ ସଂପାଦକ ପଦ୍ମନାଭ ଦାସଙ୍କ ସମେତ କୋର୍ଟର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *