#Slider #Tourism & Cultire

ପିଲା ମାନଙ୍କର ଶୁଭ ମନାସି ମା ମାନେ ପାଳିଲେ ବାଟଓଷା ବା ଦାଣ୍ଡପହଁରା ଓଷା


ଆଠଗଡ(ଉଲାପ୍ର)ପିଲା ମାନଙ୍କର ଶୁଭ ମନାସି ଆଠଗଡ ରେ ମା ମାନେ ପାଳିଛନ୍ତି ବାଟଓଷା,କାହିଁ କେଉଁ କାଳରୁ ଓଡିଶା ରେ ଏହି ବାଟ ଓଷା ପାଳିତ ହୋଇ ଆସୁଛି,ଓଡ଼ିଶାରେ ବାର ମାସରେ ତେର ପର୍ବ ମଧ୍ୟରୁ ଗାଁ ଗହଳି ବ୍ୟତୀତ ସହରରେ ମଧ୍ୟ ବାଟ ଓଷା ପାଳିତ ହୋଇ ଆସୁଛି,ଯୋଉ ମାନଙ୍କର ପିଲାପିଲି ନହୁଏ ସେମାନେ ବାଟ ଓଷା କରି ମାନସିକ କଲେ ପିଲାପିଲି ହୋଇଥାଏ ବୋଲି ବିଶ୍ୱାସ ରହିଛି, ସେହି ପିଲାମାନଙ୍କୁ ଧରି ବୟସ୍କ ମହିଳା ମାନେ ବଜ୍ରମୁଳି କୁ

ହାତରେ ଧରିବା ସହିତ ପିଲାକୁ କାଖେଇ ଦାଣ୍ଡ ଓଳାଇ ଥାନ୍ତି,ତେଣୁ ଏହାକୁ ବାଟ ଓଷା ବା ଦାଣ୍ଡ ପହଁରା ଓଷା ମଧ୍ୟ କୁହାଯାଇ ଥାଏ,ସବୁଠାରୁ ବଡ଼ କଥା ହେଲା ଏହି ଓଷା ରେ ବିରିରେ ବୁଢା ଚକୁଳି କରାଯାଇ ଭୋଗ କରାଯାଇଥାଏ, ଭୋଗ ସରିଲା ପରେ ସେହି ଭୋଗକୁ ଓଷା କରିଥିବା ମହିଳାଙ୍କ ମଧ୍ୟରେ ବଣ୍ଟା ଯାଇଥାଏ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *