#Uncategorized

ନିଜ ଦେଶରେ କରୋନାର ଯାଞ୍ଚ ପାଇଁ WHOକୁ ଅନୁମତି ଦେଲାନାହିଁ ଚୀନ୍‌, ଜାଣନ୍ତୁ କାହିଁକି

କରୋନା ଏବେ ପୁରା ବିଶ୍ୱରେ ଆତଙ୍କ ଖେଳାଇଛି। ଚୀନରୁ ଏହି ଭୟଙ୍କର ଭୂତାଣୁ ଆସିଥିବା ଚାରିଆଡେ ଚର୍ଚ୍ଚା ହେଉଛି । କାରଣ କରୋନା ଭୂତାଣୁ ପ୍ରଥମେ ଚୀନର ଏକ ସହର ଉହାନରୁ ଆସିଥିଲା । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ପ୍ରୟାସ କରିଥିଲା WHO । ସେଥିପାଇଁ ଚୀନକୁ ଯାଇ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଚାହିଁଥିଲା । ହେଲେ ଚୀନ ତା ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ମାନଙ୍କୁ ପ୍ରବେଶ କରିବାକୁ ମନା କରିଦେଇଛି। ଚୀନ୍‌ର ଅନୁସନ୍ଧାନକାରୀ ଦଳକୁ ଅନୁମତି ନଦେବା ଖବର ଏକ ସମୟରେ ଆସିଥିଲା ​​ଯେତେବେଳେ ବେଜିଂରେ କରୋନା ଭୂତାଣୁ ବିଷୟରେ ଅନେକ କିଛି ଲୁଚାଇଥିବାର ଅଭିଯୋଗ ହୋଇଥିଲା।

ସାରା ଦେଶ ଚୀନ ଉପରେ ଦୋଷ ଲଦୁଥିବା ବେଳେ ଚୀନ୍ କିନ୍ତୁ ଉହାନରୁ କରୋନା ଭୂତାଣୁ ଆସିନଥିବା କହିଛି। WHO ର ମୁଖ୍ୟ କହିଛନ୍ତି ଯେ ଚୀନ୍ କର୍ତ୍ତୃପକ୍ଷ ମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳକୁ ଅନୁମତି ଦେଇ ନାହାଁନ୍ତି । ଯେଉଁଥିପାଇଁ ସେମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। କରୋନା ଭୂତାଣୁ ବିସ୍ତାର ହେବାର ଏକ ବର୍ଷ ପରେ WHO ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତରେ ଆସି ଏହି ମହାମାରୀର ଉତ୍ସ ଜାଣିବାକୁ ସ୍ଥିର କରିଥିଲେ।

Leave a comment

Your email address will not be published. Required fields are marked *