#Entertainment #Slider

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ ଚାଲି’

କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି’| ‘ସ୍ଲୋ ମୋଶନ ଚାଲି’ ହେଉଛି ଏକ କ୍ଲବ ଗୀତ | ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି | ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର | ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି ଭୂମିକାରେ ଅଭିନେତ୍ରୀ ସମ୍ମାନିତା ଦାଶ | ୟୁନିକ ଥ୍ରୀ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ମୌସମ ସାହୁ | ଏହା ଏକ ନୃତ୍ୟ ଭିତ୍ତିକ ମ୍ୟୁଜିକ ଭିଡ଼ିଓ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ଅଭିନୟ ଓ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏହି ପାଞ୍ଚ କଳାକାର |


ସିଙ୍ଗିଙ୍ଗ ସେନ୍ସେସନ କୁଲଦୀପଙ୍କ କଣ୍ଠରେ ଏହାକୁ ରେକର୍ଡ କରାଯାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅନୁରାଗ ପଟ୍ଟନାୟକ | ଗୀତ ରଚନା କରିଛନ୍ତି କପିଳେଶ୍ୱର ରାଉତ | ସିନେମୋଟୋଗ୍ରାଫିରେ ଡି. କେ, ସମ୍ପାଦନାରେ ମାନସ କୁମାର ଓ କଲରିଷ୍ଟ ଅଛନ୍ତି ଶିବାନନ୍ଦ ଜେନା | ମ୍ୟୁଜିକ ଭିଡ଼ିଓଟିକୁ ଗ୍ଲସି ଲୁକ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି | ନୃତ୍ୟ ଓ ଦୃଶ୍ୟଗ୍ରହଣ ଏତେ ଆକର୍ଷଣୀୟ ହୋଇଛି ଯେ ଏହା ଯେକୌଣସି ବଲିଉଡ ଫିଲ୍ମର ଗୀତ ଠାରୁ କୌଣସି ଗୁଣରେ କମ ନୁହେଁ | ଭିଟ୍ୟୁନ ପ୍ରୋ ୟୁଟ୍ୟୁବ ଚାନେଲରେ ମୁକ୍ତିଲାଭ କରିଥିବା ‘ସ୍ଲୋ ମୋଶନ ଚାଲି’ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave a comment

Your email address will not be published. Required fields are marked *