#Uncategorized

ବିଦେଶୀ ମଦ ସହ ଅଟୋ ଜବତ : ଡ୍ରାଇଭର ସହ ତିନି ଜଣ ଗିରଫ

ବାଲିଗୁଡା,୩/୩.(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ବାରଖମା ରାସ୍ତାରେ ପୁଲିସ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ବାରଖମା ରାସ୍ତାରେ ଏକ ଅଟୋ ନଂ.OD-12-9425 କୁ ଯାଞ୍ଚ କରିଥିଲେ | ସେଥିରୁ ୧୯୨ ବୋତଲ ବିଅର ଓ ନିପ୍ ବିଦେଶି ମଦ ବାହାରିଥିଲା l ଯାହାର ଓଜନ 49.500 ଲିଟର ବୋଲି ଜଣାପଡିଛି l ଏହି ବିଦେଶୀ ମଦ ବାଲିଗୁଡ଼ା ରୁ ବାରଖମା ଯାଉଥିଲା |ଅଟୋ କୁ ଜବତ କରିବାସହ ୩ଜଣଙ୍କୁ ଗିରଫ କରିଥିଲେ l ଗିରଫ ବ୍ୟକ୍ତି ମାନେ ହେଲେ ଜୁନାଗାଁର ପୀତବାସ ସାହୁ, ବାରଖମାର ପଙ୍କଜ ନାୟକ,ଓ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ନାମରେ ଏକ ମାମଲା ନଂ.୪୩/୨୧ ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *