#Uncategorized

ଖେଲୋ ଇଣ୍ଡିଆ ପ୍ରତିଯୋଗୀତା ରେ ବରଗଡ଼ ର ପୁଷ୍ପାନସ ନଲେଜ ହବ୍ ପ୍ରତିଯୋଗୀ ଙ୍କ କୃତିତ୍ୱ।


ବରଗଡ଼ : ବରଗଡ଼ ର ପୁଷ୍ପାନସ ନଲେଜ ହବ୍ ର ତିନିଜଣ ଯୁବ କ୍ରୀଡାବିତ୍ ଙ୍କ ସମେତ ଝାରସୁଗୁଡ଼ା ର ଜଣେ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ ରେ କାଶ୍ମୀର ର ଗୁଲ୍ମର୍ଗ ଠାରେ କୃତିତ୍ୱ ର ସହ ବରଗଡ଼ ଫେରି ଆସିଛନ୍ତି। ଓଡ଼ିଶା ର ଆଇସ ଷ୍ଟକ୍ ସଙ୍ଘ ର ସହଯୋଗ ରେ ରାଜ୍ୟ କୋଚ୍ ପ୍ରେମ ସିଂ ଥାପା ଙ୍କ ତତ୍ବାବଧାନରେ ଗତ ଜାନୁୟାରୀ ୨୫ ତାରିଖ ରୁ ବରଗଡ଼ ରୁ ବାହାରି ଜୟଯାତ୍ରା ସହ ଗତ ୬ ତାରିଖ ବରଗଡ଼ ଫେରି ଆସିଛନ୍ତି। ସ୍ବରାଜ ମହାପାତ୍ର,ଅରବିନ୍ଦ ପାଢୀ,ଚନ୍ଦ୍ର ମହାନା ,(ସମସ୍ତେ ବରଗଡ଼ ),ସୋନୁ ସୋନାଲିଆ(ଝାରସୁଗୁଡ଼ା) ଜାନୁୟାରୀ ମାସରେ ଜାତୀୟ ସ୍ତରୀୟ ଚୟନ ରେ କୃତିତ୍ୱ ଅର୍ଜନ କରି ଫେବୃୟାରୀ ୨୪ ତାରିଖରେ କାଶ୍ମୀର ର ଗୁଲ ମାର୍ଗ ଠାରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ରେ ପେନ୍ କାକ ସିଲଟ ରେ ଚାରୋଟି ବ୍ରୋଞ୍ ପଦକ ପାଇ ଫେରି ଆସିଛନ୍ତି। ସେମାନଙ୍କୁ ସମ୍ବର୍ଦ୍ଧନା ଦେବାସହ ବରଗଡ଼ ପୁଷ୍ପାନସ ନଲେଜ ହବ୍ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥା ର କର୍ମକର୍ତ୍ତା ମାନେ ଏହି ଯୁବ କ୍ରୀଡାବିତ୍ ମାନଙ୍କ କୃତିତ୍ୱ ବର୍ଣ୍ଣନା କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥା ର ସମ୍ପାଦକ ତଥା ପ୍ରଶିକ୍ଷକ ଆଶୁତୋଷ ନାୟକ, ସଂଯୋଜିକା ରୁପଶ୍ରି ପଣ୍ଡା,କାର୍ଯ୍ୟକାରୀ ସଦସ୍ୟ ଏସ.ରଞ୍ଜନ ଓ ଅବିଭାବକ ଗୋବିନ୍ଦ ପ୍ରସାଦ ଷଡ଼ଙ୍ଗୀ ଓ ପ୍ରତିଯୋଗୀ ମାନେ ମଞ୍ଚାସୀନ ଥିଲେ।

Leave a comment

Your email address will not be published. Required fields are marked *