ଖୁବଶୀଘ୍ର ପୁରୀ ପୌରପାଳିକା ହେବ ମହାନଗର ନିଗମ, ଚାଲିଛି ଜୋରଦାର ପ୍ରସ୍ତୁତି

Udaya_Labanya | March 8, 2021 | 22 views |0 | Uncategorized

ଖୁବଶୀଘ୍ର ମହାନଗର ନିଗମର ମାନ୍ୟତା ପାଇବ ପୁରୀ ପୌରପାଳିକା । ଏନେଇ ସବୁ ପ୍ରକାରର ଉଦ୍ୟମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପୁରୀର ବିକାଶ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଥିବା ବେଳେ ପୁରୀ ମହାନଗର ନିଗମ ପାଇଁ ସମସ୍ତ ସର୍ତ୍ତାବଳୀ ପୂରଣ କରିଥିବା କୁହାଯାଉଛି । ଯାହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ପୁରୀରେ ଜନସଂଖ୍ୟା ସମସ୍ୟା ଏଡାଇବାକୁ ଆଖପାଖ ଅଞ୍ଚଳ ହେବ ସାମିଲ୍ । ଐତିହ୍ୟ ନଗରୀ ପୁରୀର ସାମଗ୍ରିକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିବା ସହ ବହୁ ଉନ୍ନତି ମୂଳକ ପ୍ରକଳ୍ପର ନିର୍ମାଣ ଚାଲିଛି । ଏହାରି ମଧ୍ୟରେ ପୁରୀ ପୌରପାଳିକାକୁ ମହାନଗର ନିଗମ କରିବା ନେଇ ମଧ୍ୟ ଯୋଜନା ଚାଲିଥିବା ଜଣାପଡିଛି । ମହାନଗର ନିଗମ ନେଇ ପୁରୀ ସମସ୍ତ ସର୍ତ୍ତାବଳୀ ପୂର୍ଣ୍ଣ କରୁଥିବା ବେଳେ ଛୋଟ ମୋଟ କିଛି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର କରାଯିବ । ଏନେଇ ପୁରୀ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।

ମହାନଗର ନିଗମ ହେଲେ ସାଧାରଣ ଲୋକେ ଅଧିକ ମୌଳିକ ସୁବିଧା ସୁଯୋଗ ପାଇପାରିବେ । ଅଧିକ ଅନୁଦାନ ରାଶି ମିଳିବା ସହ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ । ତେବେ ଜନସଂଖ୍ୟା ସମସ୍ୟାକୁ ଏଡ଼ାଇବା ପାଇଁ ପୁରୀ ଆଖପାଖ ଅଂଚଳକୁ ସାମିଲ କରାଯିବାର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି । ପୁରୀ ମହାନଗର ନିଗମ ହୋଇପାରିଲେ ବିକାଶ କାର୍ଯ୍ୟ ଆହୁରି ଅଧିକ ତ୍ୱରାନ୍ୱିତ ହେବ । ଯାହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

Share this
  •  
  •  
  •  
  •  
  •  
  •  
  •  

Related Posts

କନ୍ଧମାଳ ମହୋତ୍ସବ ୨ 0୨ ୩ ପାଇଁ…

Udaya_Labanya | January 25, 2023 | 18 views |0

ଫୁଲବାଣୀ(ସୁନୀ ଲପଟନାୟକ )କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨ 0୨ ୩ ପାଇଁ ବୁଧବାରସ୍ଥାନୀୟ ନାରାୟଣୀ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

କନ୍ଧମାଳ ଜିଲ୍ଲା ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ

Udaya_Labanya | January 20, 2023 | 7 views | 0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଓ ଉପାଧ୍ୟକ୍ଷ ନଳୀନି କହଁର ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉନ୍ନୟନ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ରାଜ୍ୟ ସ୍ତରୀୟ…

Leave a Reply

Your email address will not be published. Required fields are marked *

Archives

Categories