#Uncategorized

ବାଲିଗୁଡା: ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟମହିଳା ଦିବସ ପାଳିତ


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ହଲ୍ ଠାରେ ବନବାସୀ ସେବା ସମିତି , ତାଲୁକା ଆଇନ ସେବା କମିଟି , ସମନ୍ୟୁତ ଶିଶୁ ବିକାଶ ପ୍ରକଳ୍ପ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିଷ୍ଟାଣ୍ଟ ସେସନ୍ ଜଜ ଶୁଭଦର୍ଶୀ ପଟ୍ଟନାୟକ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ

ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜୁଡିସିଆଲ୍ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ ର ଶୀତଲ ବର୍ଷା ,ଏସଡିପିଆରଓ ଯଶୋଦା ଗାଦବା ,ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ସାମାଜିକ କର୍ମୀ ସୁପ୍ରିୟା ପ୍ରବୀଣ, ସିଡିପିଓ ଅନିତା କୁମାରୀ ଦାସ, ବନବାସୀ ସେବା ସମିତି ର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା , ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ମହିଳାଙ୍କ ସଶକ୍ତିକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ଯେପରି ମହିଳାଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ସମସ୍ତେ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଥିଲା ।

ଏହି ଅବସରରେ ଟାଉନର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶ୍ରେଷ୍ଠ ମହିଳା ମାନଙ୍କୁ ମାନପତ୍ର, ସାଲ ଓ ପୁଷ୍ପ ଗୁଚ୍ଛ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ସମସ୍ତ ମହିଳା ଗୋଷ୍ଠିର ସଦସ୍ୟା ଗଣ, କଲେଜର ସମସ୍ତ ଛାତ୍ରୀ, ଆଶା କର୍ମୀ, ସୁଧାର ଗୃହ, ଏନଏସିର ମହିଳା ଗଣ ଓ ଅନ୍ୟ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା:-ଝୋଟି, ଗ୍ଲାସ ପିରାମିଡ଼, ମେହେନ୍ଦି, ମ୍ୟୁଜିକ ବଲ, ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା

Leave a comment

Your email address will not be published. Required fields are marked *