#Uncategorized

ବାଲିଗୁଡାରୁ ୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ଧରାପଡ଼ି ଥିଲା l ସେଥିରୁ ୧୦୩ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଥିଲେ l l ଏ ନେଇ ଥାନା ରେ ଏକ ମାମଲା ନଂ.୪୭/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l ଏହି ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତ ମାନେ କିଏ କିଏ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି l

Leave a comment

Your email address will not be published. Required fields are marked *