#Uncategorized

ପୋଲିସ୍ ବିଭାଗ ପକ୍ଷରୁ ଆଇନ ସଚେତନତା ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୨ୟୁନିଟ୍ ରକ୍ତ ସଂଗ୍ରହ


ବାଲିଗୁଡା,(ଉଲାପ୍ର):କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଯୁବ ସଙ୍ଗଠନ, ସ୍ବେଚ୍ଛାସେବୀ, ପ୍ରମୁଖ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଏହି ଶିବିରରେ ସମୁଦାୟ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଜିଲ୍ଲାରେ କେହି ରକ୍ତ ଅଭାବରୁ ମୃତ୍ୟୁବରଣ ନକରୁ ଏଥିପାଇଁ ଆମର ଏହି ପ୍ରୟାସ ବୋଲି କହିଛନ୍ତି ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ।

ପୋଲିସ୍ ସବୁବେଳେ ସମସ୍ତଙ୍କ ସାଥିରେ ଅଛି ଆଉ ରହିବ । ଲୋକଙ୍କୁ ସାହାଯ୍ୟ କରିବା ସହ ଅଞ୍ଚଳବାସୀଙ୍କ ବିଶ୍ଵାସଭାଜନ ହେବା ଆମ ପୋଲିସ୍ ସମିତିର ମୂଳ ଲକ୍ଷ ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା । ଏହି କାର୍ଯ୍ୟକ୍ରମରେ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିରର ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀ,ଏନ୍ଏସି ଅଧ୍ୟକ୍ଷ

ଲୋକନାଥ ପାଢ଼ୀ ଓ ଶାନ୍ତି ମୈତ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ଫୁଲବାଣୀ ରକ୍ତ ଭଣ୍ଡାରର ଡାକ୍ତର ଜୟଦୀପ୍ ଘୋଷ ଓ ସ୍ବେଚ୍ଛାସେବୀ ପ୍ରଶାନ୍ତ କୁମାର ବେହେରା ରକ୍ତଦାନ ଶିବିର ପରିଚାଳନା କରିଥିବାବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ବାଲିଗୁଡ଼ା ଥାନାର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ପୋଲିସ୍ ର ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।

Leave a comment

Your email address will not be published. Required fields are marked *