ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା ଉଦ୍ଘାଟିତ। ପ୍ରଥମ ମ୍ୟାଚ୍ ରେ ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ର ବିପୁଳ ବିଜୟ

Udaya_Labanya | March 15, 2021 | 13 views |0 | Uncategorized


ବରଗଡ଼ : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ସଂଘ୍ ର ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ସଭାପତି ହରିହର ପ୍ରଧାନ ପ୍ରତିଯଗିତା କୁ ଉଦ୍ଘାଟନ କରିଥିଲେ।ଆସନ୍ତା ମାସ ୧ ତାରିଖ ରେ ଏହି ପ୍ରତିଯୋଗିତା ର ଫାଇନାଲ ଖେଳ ବିକାଶ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ।ଏଥିରେ ଜିଲ୍ଲାର ୧୫ ଟି କ୍ଲବ୍ ଭାଗ ନେଇଛନ୍ତି। ଉଦ୍ଘାଟନୀ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାସ , ବରିଷ୍ଠ ସଦସ୍ୟ ପ୍ରଦିପ ନନ୍ଦ, ସନ୍ତୋଷ ପଣ୍ଡା, ପ୍ରଦୀପ ସାହୁ ନବୀନ ଲାଠ, ଚନ୍ଦ୍ର ଶେଖର ପ୍ରଧାନ, ସୌର୍ଯ୍ୟ ରଞ୍ଜନ ରାଏ, ଅମିୟ ସାହୁ, ରଜତ ଦାସ, ୱିଲସନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ପ୍ରଥମ ଖେଳରେ ବରଗଡ଼ ବ୍ଲୁ ଡାଇମଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଦଳର ସମସ୍ତ ଖେଳାଳୀ ୩୫.୫ ଓଭର ରେ ୨୭୬ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ।ଦଳ ପକ୍ଷରୁ ବରିଷ୍ଠ ଖେଳାଳୀ ମହମ୍ମଦ ସଲିମ ୯ ଚୌକା ୭ ଛକା ବଳରେ ୯୨ ରନ,ସୁମିତ ରାଏ ୧୧ ଚୌକା ୨ ଛକ୍କା ସହ ୬୬ ରନ ଓ ଅମିତ୍ ବିକ୍ରମ ରାଉତ ଙ୍କ ୩ ଚୌକ୍କା ୬ ଛକ୍କା ସହ ୫୩ ରନ କରିଥିଲେ। ପ୍ରତିପକ୍ଷ ଉତ୍କଳ ଶାନ୍ତି ପକ୍ଷରୁ ପିକେଶ୍ ସ୍ୱାଇଁ ୬୩/୩, ଯଶୋବନ୍ତ ବେହେରା ୩୪/୨,

ସରୋଜ ପ୍ରଧାନ ୭୦/୨ ୱିକେଟ୍ ନେଇଥିଲେ। ଜବାବ ରେ ଉତ୍କଳ ଶାନ୍ତି କ୍ଲବ୍ ର ଖେଳାଳୀ ମାନେ ବ୍ଲୁ ଡ଼ାଇମଣ୍ଡ ଦଳ ର ବୋଲର ମାନଙ୍କ ମୁକାବିଲା କରି ନ ପାରି ମାତ୍ର ୨୨.୨ ଓଭର ଖେଳି ୧୦୩ ରନ କରି ଅଲ୍ ଆଉଟ୍ ହୋଇ ଯିବା ଫଳରେ ବ୍ଲୁ ଡ଼ାଇମଣ୍ଡ ଦଳ ମ୍ୟାଚ୍ କୁ ୧୭୩ ରନ ର ବୃହତ୍ ବ୍ୟବଧାନ ରେ ଜିତି ନେଇଥିଲେ। ଉତ୍କଳ ଶାନ୍ତି ପକ୍ଷରୁ ଉମେଶ ଦୀପ ୬ ଟି ଚୌକ୍କା ଓ ୧ ଛକ୍କା ସହ ସର୍ବାଧିକ ୩୪ ରନ, ହିମାଂଶୁ ଭୋଇ ୧୬ ରନ,ସରୋଜ ପ୍ରଧାନ ୧୬ ରନ କରିଥିଲେ। ପ୍ରତିପକ୍ଷ ବ୍ଲୁ ଡ଼ାଇମଣ୍ଡ ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁର ମାତ୍ର ୧୩ ରନ ଦେଇ ୫ ୱିକେଟ୍ ,ରୂପକ ପ୍ରଧାନ ୪୧ ରନ ଦେଇ ୩ ୱିକେଟ୍ , ପ୍ରେରିତ ଟପୋ ୧ ରନ ଦେଇ ୧ ୱିକେଟ୍ ନେଇଥିଲେ।ଖେଳ ପରିଚାଳନା କରିଥିଲେ ଅମିୟ ଭୂଷଣ ସାହୁ ଓ ପ୍ରଦିପ ଦାଶ।ଅନ ଲାଇନ୍ ସ୍କୋରର ଥିଲେ ରଜତ ଦାଶ ଓ ମାନୁଏଲ ସ୍କୋରର ଥିଲେ ମନୋଜ ପାତ୍ର।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 34 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories