#Uncategorized

କୋଟଗଡ ଗୁଗୁରୁ ମହା ପଞ୍ଚାୟତରେ ନିମ୍ନ ମାନର କାର୍ଯ୍ୟଅଭିଯୋଗ,ତଦନ୍ତ ଦାବି


ଫୁଲବାଣୀ-(ସୁନୀଲ ପଟନାୟକ )-ସରକାର ଗ୍ରାମାଞ୍ଚଳର ଉନ୍ନତି ଉପରେ ଗୁରୁତ୍ଵ ଦେଇ ପ୍ରର୍ଯ୍ୟ।ପ୍ତ ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ତେବେ ଏ ସବୁ ଅର୍ଥ ର ସଦ ବିନିଯୋଗ କେତେକ ଦୁର୍ଗମପଞ୍ଚାୟତରେ ହେଉନ ଥିବା ଅଭିଯୋଗ ହେଉଛି ।
କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକର ଗୁଗୁରୁ ମାହା ପଞ୍ଚାୟତ ରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି । ମା ଓ ଇଲାକ। ହୋ ଇ ଥିବା ଆଳକରି ଯନ୍ତ୍ରୀମାନେ ପଞ୍ଚାୟତକୁ ଯାଉ ନ ଥିବା ଅଭିଯୋଗ ହେଉଛି । ସେହିପରି ବିଡ଼ିଓ ମଧ୍ୟ ପ୍ରାୟତଃ ଗ୍ରାମାଞ୍ଚଳଗୁଡିକୁ ଯାଉନଥିବ । ଠିକାଦାରମାନେ ଏହାର ଫାଇଦା ଉଠାଉଥିବା କୁହାଯାଉଛି । ସରକାରୀ ନିତି ନିୟମକୁ ଫୁ କରି ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ।
ସେଠାରେ ଚାଲିଥିବା ଏକ ଗାର୍ଡ ୱ ୲ ଲ କାମ ନିମ୍ନମାନର ହୋଇଥିବା ଜଣାପଡିଛି । ସିମେଣ୍ଟ ବାଲି ଅନୁପାତ ଠିକ ନ ଥିବା ସହ ନିମ୍ନମାନର ବାଲି ଓ ମେଟ।ଲ ବ୍ୟବହାରକାର ହେଉଥିବା କୁହାଯାଉଛି। ଏହି ଗୋଟିଏ କାମ ନୁହେଁ ଅନ୍ୟାନ୍ୟ କାର୍ଯ୍ୟମଧ୍ୟ ନିମ୍ନମାନର ହେଉଥିବା କୁହାଯାଉଛି।
ଏଥିପ୍ରତି ବିଡିଓ ଓ ସହକାରୀ ଯନ୍ତ୍ରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *