#Uncategorized

ଭାରତ ଇଂଲଣ୍ଡ ମଧ୍ୟରେ ଆଜି ପଞ୍ଚମ ମ୍ୟାଚ,ଦୁଇଦଲ ହେବେ ଟକରା ଟକରି

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟାଇଟଲ ଫାଇଟ୍‌: ସିରିଜ ବିଜୟ ଲକ୍ଷ୍ୟରେ କୋହଲି ବାହିନୀ, ସବୁ ଶକ୍ତି ଖଟାଇ ଟକ୍କର ଦେବାକୁ ମୋର୍ଗାନ ବାହିନୀ ପ୍ରସ୍ତୁତ
ଅହମ୍ମଦାବାଦ,୨୦/୦୩: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ଫଳରେ ଆଜି ଫାଇନାଲ୍‌ କହିଲେ ଭୁଲ ହେବ ନାହିଁ । ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଥିବାରୁ ମ୍ୟାଚ୍‌ ତୀବ୍ର ସଂଘର୍ଷ ପୂର୍ଣ୍ଣ ହେବା ଆଶା କରାଯାଉଛି । ୬ମାସ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ ଶନିବାର ମୁକାବିଲା ଉଭୟ ଦଳ ପାଇଁ ପ୍ରାକ୍‌ ପ୍ରସ୍ତୁତି କହିଲେ ଭୁଲ ହେବ ନାହିଁ ।
ଇଂଲଣ୍ଡ ଦଳ ପାଇଁ ଭାରତୀୟ ଜଳବାୟୁ ଓ ପିଚ୍‌କୁ ପରଖି ରଣନୀତି ପ୍ରସ୍ତୁତ କରିବାର ଉପଯୁକ୍ତ ସମୟ । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ପାଇଁ ଭିନ୍ନ ଭିନ୍ନ କୌଶଳ ରଚନା କରିବାର ସମୟ । ତେଣୁ ଇଂଲଣ୍ଡ ଦଳ ସବୁ କିଛି ଭୁଲି କେବଳ ଭାରତ ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ପ୍ରାଥମିକତା ଦେବ । ଭାରତୀୟ ଦଳ ବିଶ୍ୱକପ୍‌ ପାଇଁ ଦଳ ପ୍ରସ୍ତୁତିରେ ବ୍ୟସ୍ତ । ଏକ ସନ୍ତୁଳିତ ଟି-ଟ୍ୱେଣ୍ଟି ଦଳ ପ୍ରସ୍ତୁତ କରିବା ସହଜ ନୁହେଁ । ଭାରତ ନିକଟରେ ଏକାଧିକ ଷ୍ଟାର୍‌ ଖେଳାଳି ରହିଥିବାରୁ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଏକାଦଶ ଚୟନ କରିବା ମଧ୍ୟ କଷ୍ଟକର । ସିନିୟର ଖେଳାଳିଙ୍କ ଭିଡ଼ ଭିତରେ ଯୁବ ଖେଳାଳିଙ୍କୁ ଉପଯୁକ୍ତ ସୁଯୋଗ ଦେବା ପାଇଁ ଭାରତର ଯୋଜନା

Leave a comment

Your email address will not be published. Required fields are marked *