#Uncategorized

ଆଜିର ରାଶିଫଳ


ଅଦ୍ୟ ମାର୍ଚ୍ଚ ମାସ ୨୭ ତାରିଖ ୨୦୨୧ ମସିହା(ଶନିବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୭
ସାଲ-୧୪୨୮
ସମ୍ବତ୍ସର -ଆନନ୍ଦୋ
ଫାଲଗୁନ ମାସ-ଶୁକ୍ଳପକ୍ଷ
ତିଥି-ତ୍ରୟୋଦଶୀ ପ୍ରାତଃ ଘ ୦୬/୨୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ
ନକ୍ଷତ୍ର-ପୂର୍ବାଫା: ରାତ୍ରି ଘ ୦୮/୩୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫା:
ଚନ୍ଦ୍ର – ସିଂହ ରାତ୍ରି ଘ ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ କନ୍ୟା
ଯୋଗ-ଶୂଳ
କରଣ-ତୈତିଳ
ସୌରମାସ-ମୀନ ୧୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ -ପ୍ରାତଃ ଘ୦୫/୪୯/୨୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୪୯
✧═════•❁❀❁•═════✧
ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୬/୨୬ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•════*
କାଳବେଳା -ଦିବା ଘ୦୭/୨୦ ମଧ୍ୟେ ଓ ଘ ୦୪/୨୫ ଗତେ ଘ୦୫/୫୬ ମଧ୍ୟେ
ବାରବେଳା- ଦିବା ଘ୦୧/୨୭ ଗତେ ଘ୦୨/୫୮ ମଧ୍ୟେ
✧═════•❁❀❁•════*
ବିଶୁଦ୍ଧ ଅମୃତବେଳା-ଦିବା ଘ ୧୨/୦୦ ଗତେ ଘ ୦୧/୨୬ ମଧ୍ୟେ ଓ ଘ ୦୨/୫୯ ଗତେ ଘ ୦୪/୨୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ରବେଳା- ଦିବା ଘ୦୭/୨୨ ଗତେ ଘ ୦୮/୪୮ ମଧ୍ୟେ ଓ ରାତ୍ରି ଘ୦୭/୨୮ ଗତେ ଘ ୦୯/୦୦ମଧ୍ୟେ
*✧═════•❁❀❁•════
*ଅଦ୍ୟ ବିରି ଭକ୍ଷଣ ନିଷେଧ*
🌹ମେଷ🌹👉: ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ।
✧═════•❁❀❁•═════✧
🌹ବୃଷ🌹👉: ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ।
✧═════•❁❀❁•═════✧
🌹ମିଥୁନ🌹👉: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ବଡଲାଭ ହାତରେ ଲାଗିପାରେ।
✧═════•❁❀❁•═════✧
🌹କର୍କଟ🌹👉: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
✧═════•❁❀❁•═════✧
🌹ସି˚ହ🌹👉: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ନୂଆ କାମ ଆରମ୍ଭ କରିବା ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।
✧═════•❁❀❁•═════✧
🌹କନ୍ୟା🌹👉: ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।
✧═════•❁❀❁•═════✧
🌹ତୁଳା🌹👉: ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
✧═════•❁❀❁•═════✧
🌹ବିଛା🌹👉: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
✧═════•❁❀❁•═════✧
🌹ଧନୁ🌹👉: ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
✧═════•❁❀❁•═════✧
🌹ମକର🌹👉: ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।
✧═════•❁❀❁•═════✧
🌹କୁମ୍ଭ🌹👉: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
✧═════•❁❀❁•═════✧
🌹ମୀନ🌹👉: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ଦାମ୍ପତ୍ୟ ଜୀବନ ମଧୂର ରହିବ।
✧═════•❁❀❁•═════✧

Leave a comment

Your email address will not be published. Required fields are marked *