#Uncategorized

ଘର ସମ୍ମୁଖରେ ଥିବା କାରରେ ନିଆଁ ଲଗାଇ ଦେଲେ ଯୁବକ: ଥାନାରେ ଏତଲା, ଅଭିଯୁକ୍ତ ଗିରଫ


କନ୍ଧମାଳ,୩୧/୦୩.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରମହକୁମା ସ୍ଥିତ ନଦୀଖଣ୍ଡି ସାହିରେ ଦେବାଶିସ୍ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କର ଘର ସମ୍ମୁଖରେ ଥିବା ନୂଆ ମାରୁତୀ ବ୍ରିଜା (ଓଡି-୧୨ଡି-୨୭୩୧)କଳା ରଙ୍ଗର କାରରେ ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ। ଘଟଣା ସମ୍ପର୍କରେ ଫୁଲବାଣୀ ଥାନାରେ ଏତଲା ଦାୟର କରାଯିବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକ କିରୋସିନି ଓ ଘିଅ ଢାଳି କାରରେ ନିଆଁ ଲଗାଇ ଦେଇଥିଲେ। ଏ ସଂକ୍ରାନ୍ତରେ ଫୁଲବାଣୀ ଥାନାରେ ଏତଲା ଦାୟର କରାଯାଇଥିଲା। ଏତଲା ପ୍ରକାରେ ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତ ଶ୍ରୀଧର ପଟ୍ଟନାୟକ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଘର ସମ୍ମୁଖରେ ଥିବା କାର୍‌ରେ ନିଆଁ ଲଗାଇ ଦେବା ଘଟଣା ପରେ ସହରର ଅନ୍ୟ ଗାଡ଼ି ମାଲିକମାନଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ଏତଲା ପ୍ରକାରେ, ସୋମବାର ବିଳମ୍ବିତ ରାତିରେ ପଡୋଶୀରେ ରହୁଥିବା ଶ୍ରୀଧର ପଟ୍ଟନାୟକ ନାମକ ଜଣେ ଯୁବକ ଜାଣିଶୁଣି କିରୋସିନ ଏବଂ ଘିଅ ଢାଳି କାରଟିରେ ନିଆଁ ଲଗାଇଦେଇଥିବା ନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ ହୋଇଛି। ନିଆଁ ଦ୍ୱାରା ଗାଡ଼ିର ଆଗ ପଟ ସହିତ କାରର ଟାୟାର, ଗାଡିର ବମ୍ଫର ଓ ବିଦ୍ୟୁତ ତାର ସର୍ମ୍ପୁର୍ଣ୍ଣ ଜଳି ଯାଇଛି। ଗାଡିରେ ନିଆଁ ଲାଗିବା ଫଳରେ ଟାୟାରଟି ଫାଟି ଯାଇଥିଲା। ବିଳମ୍ବିତ ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ଗାଡ଼ି ମାଲିକ ସମେତ ପାଖପଡୋଶୀମାନେ ବାହାରକୁ ବାହାରିଥିଲେ। ଲୋକଙ୍କୁ ଦେଖି ସେଠାରେ ଥିବା ଶ୍ରୀଧର ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପରବର୍ତ୍ତି ସମୟରେ ତାକୁ ସ୍ଥାନୀୟ ଲୋକେ ଶ୍ରୀଧରଙ୍କୁ ଅଟକ ରଖି ପୁଲିସ୍ ଜିମା ଦେଇଥିଲେ। ଏହି ଘଟଣାର କିଛିଦିନ ପୂର୍ବରୁ, ଦେବାଶିଷଙ୍କର ୯ବର୍ଷର ପୁଅକୁ ଗିରଫ ଯୁବକ ଜଣକ ଜୀବନରେ ମାରିଦେବାର ଧମକ ଦେଇ ଏକ ଛୁରି ଦ୍ୱାରା ଆକ୍ରମଣ ପାଇଁ ଉଦ୍ୟମ ବେଳେ ନାବାଳକ ଜଣକ ଜୀବନ ବିକଳରେ ଘରକୁ ପଶିଯିବାରୁ ସେ ରକ୍ଷା ପାଇଥିଲା। ଶ୍ରୀଧର କୁଆଡ଼େ ମଦ୍ୟପାନ କରି ଏହିଭଳି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବାରୁ ସାହିରେ ଲୋକେ ଏଥିରେ ଅତଙ୍କିତ ହୋଇ ରହୁଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି। ଫୁଲବାଣୀ ଟାଉନ ଥାନା ପୋଲିସ କେସ ନଂ ୪୭/୨୧ ଓ ଦଫା ୪୩୬ ଓ ୫୦୬ଏକ ମାମଲା ରୁଜୁକରି କରି ଗିରଫ ଶ୍ରୀଧରକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

Leave a comment

Your email address will not be published. Required fields are marked *