#Uncategorized

ପାଣିପାଇଁ ଦହଗଞ୍ଜ ହେଉଛନ୍ତି ସରୁଗୁଡ଼ା ଓ ପାଡୁଗୁଡା ଗ୍ରାମବାସୀ, ଚୁଆ ପାଣି ଭରସା


ଫୁଲବାଣୀ_(ସୁନୀଲ ପଟନାୟକ ) ସରକାର ପ୍ରତି ପଞ୍ଚାୟତର ଲୋକଙ୍କ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଦେବା ପାଇଁ ଯୋଜନା କରିଛନ୍ତି । ହେଲେ କିଛି ସରକାରୀ କର୍ମଚାରୀଙ୍କ ଅବହେଳା ପାଇଁ ଗ୍ରାମାଞ୍ଚଳର ଲୋକେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।ସେଥି ମଧ୍ୟରୁ ବସୂଧା ଯୋଜନା ଅନ୍ୟତମ। ସେହିପରି ପାନୀୟ ଜଳ ସଙ୍କଟ ଦୁର କରିବାପାଇଁ ଅନେକ ସ୍ଥାନରେ ନଳକୁ ପ ମାନ ମଧ୍ୟ ଖୋଲିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ପାଣି ପରି ମଧ୍ୟ ବ୍ୟୟ କରୁଛନ୍ତି ସରକାର । ତେବେ କେଉଁଠି ନଳ କୁ ପ ଗୁଡିକ
ଅଚଳ ହୋଇପଡିଛି ତ ଆଉ କେଉଁଠୁ ପାଣି ବାହାରୁନି। ସେହିପରି ବସୂଧା ଯୋଜନାରେ ମଧ୍ୟ ପ୍ରକଳ୍ପମାନ ତିଆରି ହେଉଛି ତାହା ବି କାମରେ ଆସୁନି । ଫଳରେ ଖରା ଦିନରେ ଲୋକେ ପାଣି ମୁନ୍ଦି ଏ ପାଇଁ ଦହଗଞ ହେଉଛନ୍ତି ।ପାଣି ପାଇଁ ମାଇଲ ମାଇଲ ବାଟ ଢୁ ଢୁ ଖର।ତାତିରେ ଯାଇ ଚୁଆ ଓ ନାଳରୁ ପାଣି ଆଣୁଥିବା ଦେଖିବାକୁ ମିଳୁଛି ।
ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ ଶ୍ରୀରାମପୁର ପଞ୍ଚାୟତର ପାଡୁଗୁଡ଼ା ଓ ଓ ରା ପଞ୍ଚାୟତର ସୁରୁଗୁଡ଼ା ଗ୍ରାମ ରୁ
ଓ ରା ପଞ୍ଚାୟତରେ ବସୂଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ଅଛି ହେଲେ ତାହା ଲୋକଙ୍କ ଆବଶ୍ୟକତାକୁ ପୁରଣ କରିପାରୁନି।
ନଳକୁ ପ ରହିଛି ତାହା କାର୍ଯ୍ୟକ୍ଷମ ହେଉନି ।
ସେହିପରି ଶ୍ରୀରାମପୁର ପ୍ଞ୍ଚାୟତର ପାଡ଼ୁଗୁଡା ଗ୍ରାମରେ ମଧ୍ୟ ପାନୀୟ ଜଳର ସଙ୍କଟ ଦେଖାଦେଇଛି । ଲୋକେ ଚୁଆ ବା ନାଳ ଉପରେ ନିର୍ଭର କରୁଛନ୍ତି ।
ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ଫଳରେ ଏ ଦୁଇ ଗ୍ରାମବାସୀ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଦୁଷିତ ଜଳ ପିଇ ବିଭିନ୍ନରୋଗରେ ପଡି ମୃତ୍ୟୁବରଣ କରୁଥିବା ଅଭିଯୋଗ କରିଛନ୍ତି ପାଡ଼ୁ ଗୁଡ଼ା ଓ ସରୁଗୁଡା ଗ୍ରାମବାସୀ।
ଏନେଇ ଫୁଲବାଣୀ ସ୍ଥିତ ଗ୍ରାମ୍ୟ ଜଳଯୋଗାଣ ବିଭ।ଗ ନିର୍ବାହୀ ଯନ୍ତ୍ରୀ ଇଂସନ୍ତୋଷ କୁମାର କର ଙ୍କୁ ପଚାରିବାରେ ସେ ଏ ନେଇଅଭିଯୋଗ ଆସିଲେ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।.
ଏ ସବୁ ଗ୍ରାମରେ ପାନୀୟ ଜଳ ସଙ୍କଟ କେବେ ଦୁର ହେବ ତାହା ଦେଖିବାର କଥା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *