#Uncategorized

ଫୁଲବାଣୀ ସହରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ଓ ହେଲମେଟଚେକିଙ୍ଗ ଯୋରଦାର


ଫୁଲ ବାଣୀ- (ସୁନୀଲ ପଟନାୟକ)
କିଛି ମାସ ଧରି ନିରବ ରହିଥିବା କନ୍ଧମାଳ ପୋଲିସ ଏବେ ବେଶ ସକ୍ରିୟ ହୋଇ ଉଠିଛି। କରୋନାର ଦ୍ଵିତୀୟ ଲହରପୁଣି ଲମ୍ବା ଡିଆଁମାରି ମାଡିଆସୁଥିବାରୁ ରାଜ୍ୟ ସରକାର ମଧ୍ୟ ବହୁପୂର୍ବରୁ ଜିଲାପୌଲିସ ଓ ପ୍ରଶାସନକୁ
ମାସ୍କ ପିନ୍ଧିବା, ସାମାଜିକ ଦୁରତାବଜାୟ ରଖିବା, ଅଜଥା ଗହଳି କରୁଥିବା ନେଇ ଶକ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ପୋଲିସ ସବୁ ଜାଣି ଚୁପ ବସିଥିଲା।
ତେବେ କରେ ନା ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ପୋଲିସ ଡିଜିଙ୍କୁ ୧୦ଦିନ ଧରି ଲଗାତର ଭାବେ ରାଜ୍ୟର ସବୁ ଅଞ୍ଚଳରେ ମାସ୍କ ଓ ସାମାଜିକ ଦୂରତା ନେଇ ଚେକିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଫୁଲବାଣୀ ପୋଲିସ ବେଶ ସକ୍ରିୟ ହୋଇ ଉଠିଛି।

ସୋମବାର ଦାରିଙ୍ଗବାଡି ପୋଲିସ ଆଗୁଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ ଫୁଲବାଣି ସହରରେ ମଙ୍ଗଳବାର ସଦର ପୋଲିସ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଓ ତହସିଲ ଦାର ସହରର ବିଭିନ୍ନ ସ୍ଥାନରେ ମାସ୍କଚେକିଙ୍ଗ କରି ଅମାନିଆ ଙ୍କ ଠାରୁ କିଛି ଜରିମାନ । ଆଦାୟ କରିଥିବାବେଳେ ଲୋକଙ୍କୁ ସଚେତନ କରିଛନ୍ତି। ସେହିପରି ଏବେ ଲଗାତାର ୧୦ ଦିନ ଯାଏ ସ୍ପେଷାଲ ଡ୍ରାଇଭ କରି ମାସ୍କ ନପିନ୍ଧି ବୁଲୁଥିବା ଅମାନିଆ ସାବାଡ଼ କରି ବାକୁ ପୋଲିସ ଲକ୍ଷ୍ୟ ରଖିଛି । ସେହିପରି ଦୋକାନ ମାନଙ୍କରେ ସାମାଜିକ ଦୂରତା ମଧ୍ୟ ନରଖି ଖୁଲମଖୁଲା ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ତାଗିଦ କରିଥିଲେ ଫୁଲ ବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଓ ତହସିଲ ଦାର । ସରକାରଙ୍କ
କୋଭିଡ଼ ୧୯ଗାଇଡ଼ଲାଇନ ମାନୁନଥିବା ବ୍ୟବସାୟୀକ ପ୍ରତିଷ୍ଠାନ, କୋଚିଙ୍ଗ ସେଣ୍ଟେର, ସ୍କୁଲ କଲେଜ, ଉପରେ ନିଜର ରଖିବ ପୋଲିସ ଓ ପ୍ରଶାସନ । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ଫୁଲ ବାଣୀ ସହର ସମେତ ଜିଲ୍ଲାରେ ବର୍ତ୍ତମାନ ୧୫ଜଣ କରେ ନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଏଯାଏ ୫ହଜାର ୯୭୬ଜଣ କରେ । ନା ପଜିଟିଭ ଚିହ୍ନଟ ହେଇଥିବାବେଳେ ୩୩ ଜଣ କରେ । ନାରେ ମୃତ୍ୟୁବରଣ କରିଛନ୍ତି ।
ସମସ୍ତେ ସଚେତନ ହେବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ସହ
ସାନିଟାଇଜ ର ବ୍ୟବହାର କରିବା ଲାଗି ପ୍ରଶାସନ ପରାମର୍ଶ ଦେଇଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି

Leave a comment

Your email address will not be published. Required fields are marked *