#Breaking News #Uncategorized

ପୂର୍ବତନ ସାଂସଦ ସୁଗ୍ରୀଵ ସିଂ ଙ୍କ ପରଲୋକରେ ପ୍ରେସ କ୍ଲବ ଓ ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ଶୋକ


ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ର ପୂର୍ବତନବିଜେ ଡ଼ି ସାଂସଦ ଓ , ପୂର୍ବତନ ମୁନିସିପାଲଟି ଅଧ୍ୟ କ୍ଷ ସୁଗ୍ରୀଵ ସିଂ ଙ୍କ ଅକାଳ ମୃତ୍ୟୁରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟ ଲାଇନ ମିଡିଆ ଏ ସୋସିଏସନ ପକ୍ଷରୁ କଗଭୀର ଶୋକ ବ୍ୟକ୍ତ କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଏନେଇ ଆଜି ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ପ୍ରେସକ୍ଲ୍ଵବ ଠାରେ ସୁଜିତ ବେହେରା ଙ୍କ ସଭାପତି ତ୍ଵ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଏସୋସିଏସନର ଆଡ ଭାଇଜର ତଥା ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଅଜିତ ମହାରଣା, ସଂପାଦକ ତ୍ରିନାଥ ସାହୁ , ସୁନୀଲ ବିଶ୍ଵାଳ,ସୂର୍ଯ୍ୟ ବେହେରା, ସଦାଶିବ ପାତ୍ର, ବୀରେନ୍ଦ୍ର ସୁବୁଧି, ବ୍ରଜ ନନ୍ଦ,ରଞ୍ଜନ ଦାସ, ସାଗର ପାଢ଼ୀ, ଦୀନେଶ ମହାପାତ୍ର, ରାକେଶ ରାଉତ, ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ସୁଗ୍ରୀବ ସିଂ ଜଣେ ଏକା ଧାରରେ ସାମ୍ବାଦିକ,ରାଜନେତା ଓ ସମାଜସେବୀ ବୋଲି ବର୍ଣ୍ଣନା କରିବା ସହ ଅମର ଆତ୍ମାର ସଦଗତି ପାଇଁ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲ। ।
ସୁଗ୍ରୀବ ସିଂ ମୁନିସପାଲଟି ଅଧ୍ୟକ୍ଷ ଓ ସଂସଦ ଥିବା ସମୟରେ ଜିଲାର ଅନେକ ଉନ୍ନତିମୂଳକ କାର୍ଯ୍ୟକରିଥିଲେ ଯାହାକି ଅବିସ୍ମରଣୀୟ । ପ୍ରଥମେ ସେ କିଛି ବର୍ଷ ସମାଜସେବା ଓ ସାମ୍ବାଦିକତା କରିଥିଲେ।ପରେ ରାଜନିତି ଆଡକୁ ମନବଳାଇଥିଲେ। ନିଜର ସାଂଗଠନିକ ଦକ୍ଷତା,ଜନସଂପର୍କ ସେବା ମନୋବୃତ୍ତି, ଓ କିଛି କରି ଦେଖାଇବାର ଅଦମ୍ୟ ସାହାସ ଯୋଗୁଁ ପ୍ରଥମେ ଜନତା ଦଳ ଓ ପ ରେ ବିଜୁ ଜନତା ଦଳରେ ସାମିଲ ହୋଇ ସେ ସାଂସଦ, ଓ ମୁନିସିପାଲଟି ଅଧ୍ୟକ୍ଷ ଭଳି ଦୁଇ ଦୁଇଟା ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ସୁଚାରୁ ରୁପେ ତୁଲାଇ ପାରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ,ପ୍ରେସ କ୍ଲବ ସଭାପତି ଶିବ ପ୍ରସାଦ ତ୍ରିପାଠୀ କହିବା ସହ ତାଙ୍କର ଅକାଳମୃତ୍ୟୁ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଜିଲ୍ଲା ପାଇଁ ମଧ୍ୟ ଏକ ଅପୁରଣୀୟ କ୍ଷତି ଘଟିଥିବା କହିଥିଲେ।

କରୋନାରେ ସଂକ୍ରମିତ ହୋଇ ପୂର୍ବତନ ସଂସଦ ସୁଗ୍ରୀବ ସିଂ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ହେଲେ ତାଙ୍କରଚିକିତ୍ସା ଧୀନ ଅବସ୍ଥାରେ ସୋମବାରପରଲୋକ ହୋଇଯାଇଥିଲା l
ସିଂ ଙ୍କ ଅକାଳ ମୃତ୍ୟୁ ରେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲା ରେ ଶୋକ ର ଛାୟା ଖେଳିଯାଇଛି l ସ୍ୱଗର୍ତ ସିଂ କିଛି ବର୍ଷଧରି ସାମ୍ବାଦିକତା ମଧ୍ୟ କରିଥିଲେ l ପ୍ରେସକ୍ଲବ ସଭାପତି ଥିଲେ। ସୁଗ୍ରୀବ ସିଂ ଗତ 2004ରୁ 2009ଯାଏ କନ୍ଧମାଳ ସାଂସଦ ଥିଲେ ଲ ସେହିପରି ଫୁଲବାଣୀ ମୁନିସିପାଲଟି ଅଧକ୍ଷ ମଧ୍ୟ ରହି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ ବୋଲି ସଭାପତି ସୁଜିତ ବେହେରା ସଂପାଦକ ତ୍ରିନାଥ ସାହୁ ଓ ଅନ୍ୟମାନେ ମତବ୍ୟକ୍ତ କରିଥିଲେ।
ସେହିପରି ପୂର୍ବତନ ସାଂସଦ ସିଂ ଙ୍କ ମୃତ୍ୟୁ ରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ବରୀଷ୍ଠ ସାମ୍ବାଦିକ ଡ .ଅ ରୁ ପ ଜେନା, ସଂପାଦକ ଜୟ ସେ ନ ପରୀଡ। ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ ସେହିପରି ପ୍ରେସ
କ୍ଳବ ପକ୍ଷରୁମଧ୍ୟ ସୋମବାର ଅପରାହ୍ନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା
ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସଂପାଦକ ଅଜିତ ମହାରଣା ପ୍ରମୁଖ ସିଂଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଥିଲେ। ସେହିପରି ବରୀଷ୍ଟ ସାମ୍ବାଦିକ ତଥା ପୂର୍ବତନ ପ୍ରେସକ୍କବ ସଭାପତି ମହମଦ୍ଦ ନାଜିର ଅଖ ତାର,ଗୋପାଳକୃଷ୍ଣ ପଟ୍ଟନାୟକ, ନାରାୟଣ ସାହୁ, ବିଜୟ ମହାନ୍ତି, ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ସିଂ ଙ୍କ ଅକାଳ ବିୟୋଗ କନ୍ଧମାଳ ଜ଼ୀଲା ପାଇଁ ଅପୂରଣୀୟ କ୍ଷତି ଘଟି ଥିବା କହିଛନ୍ତି l ଓ ୟୁଜେ ସଭାପତି ପ୍ରଶାନ୍ତ ବେହେରା ଓ ସଂପାଦକ ବ୍ରଜନା ଏକ ପ୍ରମୁଖ ମଧ୍ୟ ପୂର୍ବତନ ସାଂସଦ ସିଂଙ୍କ ବିୟୋଗରେ ଗଭୀର ମର୍ମାହତ ଆଉ ଏଭଳି ପରିସ୍ଥିତିରେ ମୁକାବିଲା କରିବାପାଇଁ ତାଙ୍କ ପରିବାରକୁ ଭଗବାନ ସତ ସାହାସ ପ୍ରଦାନ କରନ୍ତୁ ବୋଲି କହି ଥିଲେ। ସେହିପରି ମିଡ଼ିଆ ଫରୋମ ସଭାପତି ଶିବାନନ୍ଦ ପଟନାୟକ,ସଂପାଦକ ପ୍ରଶାନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *