#Breaking News #Uncategorized

ପୁର୍ତ୍ତ ବିଭାଗର ମନମାନୀ ବର୍ଷବର୍ଷ ଧରି କାମ ନ ହୋଇ ପଡି ରହିଛି


ଫୁଲ ବାଣୀ- (ସୁନୀଲ ପଟନାୟକ) ସହରର ଉନ୍ନତମାନର ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ପୁର୍ତ୍ତ ବିଭାଗ ର ଦାୟୀତ୍ଵ । ହେଲେ ପୁର୍ତ୍ତ ବିଭାଗର ଅବହେଳା ଓ ମନ ମାନୀ ଯୋଗୁଁ ସହରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଗୋପବନ୍ଧୁ ଛକ ଠାରେ ଥିବା
ଡି ଭାଇଡର କାମ ବର୍ଷ ବର୍ଷ ଧରି ଭାଙ୍ଗିରୁଜି ପଡି ରହିଛି ଯେ ତିଆରିହେଉନି । ଅଭିଯୋଗ କଲେ ଶୁଣିବାକୁ ନାହିଁ ଯନ୍ତ୍ରୀମାନେ।
ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ସମାବେଶ ବେଳେ ବାହାରୁ ଆସୁଥିବା ବଡ଼ ବଡ ଗାଡି ଗୁଡ଼ିକ କରେ । ନେସନ ଗ୍ରାଉଣ୍ଡ ଭିତରକୁ ପଶି ନ ପାରିବା କାରଣରୁ ପୁର୍ତ୍ତ ବିଭାଗ ନିଜେ ଭାଙ୍ଗିଦେଇଥିଲେ।
ହେଲେ, ସେବେଠାରୁ ଆଉ ନିର୍ମାଣ ନକରି ପୂର୍ତ ବିଭାଗ ପକାଇ ରହିଛି । ଫଳରେ ଟ୍ରାଫିକ ରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି ।
ଗତ ଦୁଇ ମାସତଳେ ପୁର୍ତ୍ତ ବିଭାଗ କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ ନିଯୁକ୍ତି ଦେଇଥିଲେ। ଠିକା ଦାର ଖୋଳା ଖୋଳି ଆରମ୍ଭ କରିଥିଲେ ପୁଣି କଣ ହେଲା କେଜାଣି ବନ୍ଦକରି ଦେଇଛନ୍ତି ଠିକାଦାର ଜଣଙ୍କ। ସେହିପରି ସହରରେ ବିଭାଗ ପକ୍ଷରୁ ବିଭିନ୍ନ ରୋଡରେ କରାଯIଉଥିବା ଡ୍ରେନ କାମ ମଧ୍ୟ ଅତି ନିମ୍ନମାନର କରାଯାଉଥିବା ଅଭିଯୋଗ ହେଉଛି । ସେହିପରି କେଉଁଠି ଭଲ ଡ୍ରେନ କୁ ଭଙ୍ଗାଯାଇ ପୁଣି ନିର୍ମାଣ କରାଯାଇ ଠିକାଦାର ଙ୍କୁ କେବଳ ପୋଷା ଯାଉଛି । କରୋନା ସମୟରେ ସରକାର ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଅତି ଆବଶ୍ୟକତା କୁ ଉପଲବ୍ଧି କରି ଅର୍ଥଖର୍ଚ କରିବାଲାଗି ନିର୍ଦେଶ ରହିଛି l ତେବେ ସହରରେ ରାସ୍ତା ଓ ଡ୍ରେନ ମରାମତି ନାମରେ ଲକ୍ଷଲକ୍ଷ ଟଙ୍କା ପାଣି ପରି ବିଭାଗ କାହିଁକି ଖର୍ଚ କରୁଛି ତାହା ଜଣା ପଡୁନି ।
ସେହିପରି ବିଭାଗରେ ଯନ୍ତ୍ରୀ ଓ ଠିକାଦାର ବ୍ୟାପକ କମିଶି ନି କାରବାର ଚଳାଇଥିବା ଅଭିଯୋଗ ମଧ୍ୟ ହେଉଛି ।
ସେହିପରି ଫୁଲବାଣୀ ଓ ବାଲିଗୁଡ଼ା ଡ଼ିଭିଜନ ପାଇଁ ଜଣେ ନିର୍ବାହୀ ଯନ୍ତ୍ରୀ ଦୀର୍ଘମାସ ଧରି ଦାୟୀତ୍ଵରେ ରହିବା ଫଳରେ ଠିକ ଭାବେ କାମ ତଦାରଖ ମଧ୍ୟ ହେଉନି।
ପୁର୍ତ୍ତ ସଚିବ ଡ .କ୍ରିଷନ କୁମାର ଙ୍କୁ ଏନେଇ ଅବଗତ ମଧ୍ୟ କରାଗଲାଣି ହେଲେ ସୁଫଳ ମିଳୁନି। ପୁର୍ତ୍ତ ବିଭାଗରେ ଚାଲିଥିବା ଦୁର୍ନିତୀ ଓ ଅନିୟମିତତା ପ୍ରତି ଦୁର୍ନିତୀ ବିଭାଗ ଅଧିକାରୀ ସ୍ଵତନ୍ତ୍ର ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।
ଏନେଇ ପୁର୍ଭ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ ମତାମତ ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

Leave a comment

Your email address will not be published. Required fields are marked *